Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପଞ୍ଚାୟତକୁ ନିଶାମୁକ୍ତ କରିବା ପାଇଁ ତାତିଲେ ମହିଳା

ନୂଆପଡ଼ା: ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା । ନୂଆପଡ଼ା ଜିଲ୍ଲାର ସିନାପାଲି, ବୋଡେନ, ଖଡ଼ିଆଳ ଓ କୋମନା ଅଞ୍ଚଳରେ ମଦ କାରବାର ବଢ଼ୁଥିବା ବେଳେ ଗରିବ ଖଟିଖିଆ ପରିବାର ଉଜୁଡ଼ି ଯାଉଛି । ଯାହାର ପ୍ରତିବାଦ କରିଛନ୍ତି ଶହ ଶହ ମହିଳା । ସିନାପାଲି ବ୍ଲକ ଖଇରପଦର ପଞ୍ଚାୟତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଥିପାଖୋଲ, ଶରଧାପୁର, କାଠିବାଡି ଓ ଖୋଟାଲାଭଟା ଗାଁର ୩୭ରୁ ଅଧିକ ମହିଳା ସଂଘ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ନିଶାମୁକ୍ତ ପଞ୍ଚାୟତ ଗଠନ ପାଇଁ ମହିଳା ମାନେ ସଭା କରିବା ପରେ ବିଭିନ୍ନ ଗାଁରେ ପଦଯାତ୍ରା କରିଥିଲେ । ବେଆଇନ ନିଶା ବ୍ୟବସାୟୀଙ୍କୁ ମଦ ବନ୍ଦ ପାଇଁ ତାଗିଦ୍ କରିଥିଲେ । ଏହି ଅବସରରେ ମହିଳାଙ୍କ ହାତରେ ଠେଙ୍ଗା, ବାଡ଼ି ଦେଖିବାକୁ ମିଳିଥିଲା । ପାଟରେ ଗୋଟିଏ ନାରା ମଦକୋଠି ଚାଲିବ ନାହିଁ, ଯଦି ଚାଲିବ ନିଆଁ ଜଳିବ ।

ଆଗାମୀ ଦିନରେ ମଦ କାରବାର ବନ୍ଦ ନହେଲେ ମହିଳା ମାନେ ଆଇନକୁ ହାତକୁ ନେବା ପାଇଁ ବାଧ୍ୟ ହୋଇ କୋଠି ଗୁଡ଼ିକୁ ଜାଳି ଦେବା ସହ ସିନାପାଲି ଥାନା ଓ ଅବକାରୀ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.