Latest Odisha News

BREAKING NEWS

ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ ହେଲେ ଫୋର୍ଡ

ଡବଲିନ: ଦିନିକିଆ କ୍ରିକେଟରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କ ନାମରେ ରହିଛି । ୨୦୧୫ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ପାଖାପାଖି ୧୦ ବର୍ଷ ପରେ ୱେଷ୍ଟଇଣ୍ଡିଜର ମାଥ୍ୟୁ ଫୋର୍ଡ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ସେ ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ୧୬ ବଲରେ ଅର୍ଦ୍ଧଶତକ ମାରିଛନ୍ତି । ସେ ୧୯ ବଲରେ ୫୮ ରନର ଇନିଂସ ଖେଳିଥିଲେ । ଦ୍ରୁତ ଅର୍ଦ୍ଧଶତକ ତାଲିକାରେ ସନଥ ଜୟସୂରିୟା, କୁଶଳ ପେରିରା, ମାର୍ଟିନ ଗୁପଟିଲ ଓ ଲିୟାମ ଲିଭିଂଷ୍ଟାନ ୧୭ ବଲରେ ଅର୍ଦ୍ଧଶତକ ମାରିଛନ୍ତି ।

ଜୟସୂରିୟା ଓ ପେରିରା ପାକିସ୍ତାନ ବିପକ୍ଷରେ ଏହି ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଗୁପଟିଲ ଶ୍ରୀଲଙ୍କା ଓ ଲିୟାମ ନେଦରଲାଣ୍ଡ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରିଥିଲେ । ଫାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ୱେଷ୍ଟଇଣ୍ଡିଜ ୮ ୱିକେଟ ବିନିମୟରେ ୩୫୨ ରନ ସଂଗ୍ରହ କରିଥିଲା । ଶେଷ ୫ ଓଭରରେ ୯୧ ରନ ସଂଗୃହୀତ ହୋଇଥିଲା । କିସି କାର୍ଟି ୧୦୯ ବଲରେ ୧୦୨ ରନର ଇନିଂସ ଖେଳିଥିଲେ ।

Comments are closed.