ଭୁବନେଶ୍ୱର: ୫ଟି ରାଜ୍ୟର ବିଧାନସଭା ନିର୍ବାଚରେ ବିଜେପି ୪ଟିରେ ବିଜୟ ହାସଲ କରି ପୁନର୍ବାର ମୋଦି ମ୍ୟାଜିକ ବଜାୟ ରଖିଛି । ପଞ୍ଜାବରେ କେବଳ ଆମ ଆଦମୀ ପାର୍ଟି ବିଜୟ ହାସଲ କରିଛି । ଆସନ୍ତୁ ଜାଣିବା କଣ ରହିଥିଲା ଉତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ବିଜୟ ନେଇ ଆନ୍ତର୍ଜାତୀୟ ମିଡିଆର ପ୍ରତିକ୍ରିୟା ।
ଏକ୍ସପ୍ରେସ ଟ୍ରିବ୍ୟୁନ(ପାକିସ୍ତାନ): ଭାରତର ସବୁଠାରୁ ବଡ ରାଜ୍ୟ ଉତରପ୍ରଦେଶରେ ବିଜେପିର ବିଜୟର ଅର୍ଥ ଦେଶରେ ଏବେ ଜନତାଙ୍କ ମୁଡ କଣ ରହିଛି ତାହା ସ୍ପଷ୍ଟ ହୋଇଯାଇଛି । ଏହାର ପ୍ରଭାବ ୨୦୨୪ ନିର୍ବାଚନରେ ନିଶ୍ଚିତ ଭାବେ ପଡିବ ।
ନ୍ୟୁୟର୍କ ଟାଇମ୍ସ (ଆମେରିକା): ୩୦ ବର୍ଷ ମଧ୍ୟରେ କୌଣସି ପାର୍ଟି ୟୁପିରେ କ୍ରମାଗତ ଦ୍ୱିତୀୟ ଥର ଆସି ନ ଥିଲା । ଏହି ବିଜୟ ସହ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ଶକ୍ତି ବୃଦ୍ଧି ପାଇବ ।
ୱାଶିଂଟନ ପୋଷ୍ଟ(ଆମେରିକା): ମୋଦିଙ୍କ ନେତୃତ୍ୱରେ ବିଜେପିର ବିଜୟ ଅଭିଯାନ ଜାରୀ ରହିଛି । ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହୁରି ଶକ୍ତିଶାଳୀ କରିବ । ଆର୍ଥୀକ ଅସୁବିଧା ସତ୍ୱେ ଏହି ବିଜୟ ମୋଦିଙ୍କ ଲୋକପ୍ରିୟତାକୁ ପୁନର୍ବାର ପ୍ରମାଣିତ କରିଛି ।
ବିବିସି (ବ୍ରିଟେନ): ଉତରପ୍ରଦେଶର ସବୁଠାରୁ କଠିନ ନିର୍ବାଚନକୁ ବିଜେପି ସହଜରେ ଜିତିନେଇଛି । ଯୋଗୀ ଆଦିତ୍ୟନାଥଙ୍କ ବ୍ୟକ୍ତିତ୍ୱ ଆହୁରି ଉପରସ୍ତରକୁ ଯାଇଛି । ତାଙ୍କୁ ଦେଖିବା ଏବଂ ଶୁଣିବା ପାଇଁ ଲୋକଙ୍କ ସ୍ୱତଃ ଭୀଡ ଜମୁଛି ।
କାଠମାଣ୍ଡୁ ପୋଷ୍ଟ (ନେପାଳ): ୟୁପି ନିର୍ବାଚନ ଫଳାଫଳ ଅପେକ୍ଷା ଏହି ସଂସ୍ଥା ଆମ ଆଦମୀ ପାର୍ଟିର ପଞ୍ଜାବ ବିଜୟକୁ ଗୁରୁତ୍ୱ ଦେଇଛି ।
Comments are closed.