Latest Odisha News

BREAKING NEWS

ବିରଜା ମନ୍ଦିର ଭିତରେ ପଶିଲେ ବିଦେଶୀ ନାଗରିକ

ଭୁବନେଶ୍ୱର: ଏକ ବିଦେଶୀ ନାଗରିକ ଦଳ ରବିବାର ଦିନ ଯାଜପୁର ଜିଲ୍ଲାର ବିରଜା ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି।

ସୂଚନା ଅନୁଯାୟୀ, କିଛି ମହିଳାଙ୍କ ସହିତ ପ୍ରାୟ ଦଶ ଜଣ ବିଦେଶୀ ନାଗରିକ ଜବରଦସ୍ତି ମନ୍ଦିର ପରିସର ଭିତରକୁ ଯାଇ ବୁଲାବୁଲି କରିଥିଲେ।

ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, ବିଦେଶୀ ପର୍ଯ୍ୟଟକମାନେ ଶିବ ମନ୍ଦିରରେ ମଧ୍ଯ ପ୍ରବେଶ କରିଥିଲେ। ତେବେ ସେଠାରେ ନିୟୋଜିତ ପୋଲିସ କର୍ମଚାରୀ ସେମାନଙ୍କୁ ପ୍ରବେଶ ନେଇ ବାରଣ କରିଥିଲେ ମଧ୍ୟ ଶୁଣିନଥିଲେ। ଯାହାପରେ ବିଦେଶୀ ନାଗରିକ ଏବଂ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା।

ମନ୍ଦିରର ପୂଜକ ମଧ୍ଯ ବିଦେଶୀ ନାଗରିକମାନଙ୍କୁ ମନ୍ଦିର ପରସରରୁ ବାହାର କରିପାରିନଥିଲେ। ତେବେ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ମନ୍ଦିର ପ୍ରଶାସନ ଏବଂ ପୂଜକମାନେ ବିଦେଶୀ ନାଗରିକଙ୍କ ପ୍ରବେଶ ରୋକିବା ନେଇ ପଦକ୍ଷେପ ନେବା ଉଚିତ୍।

 

Comments are closed.