Latest Odisha News

BREAKING NEWS

ଦେବାଶିଷଙ୍କ କଟା ଘା’ରେ ଚୂନ ମାରିଲେ ଦାମ ରାଉତ

ଭୁବନେଶ୍ୱର: କଟକ ବାରାବାଟିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପାରାଦୀପ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି ବୋଲି ଏକ ସଭାରେ କହିବା ପରେ ଜବାବ ରଖିଛନ୍ତି ପାରାଦୀପର ପୂର୍ବତନ ବିଧାୟକ ତଥା ଏବେର ବିଧାୟକ ସମ୍ବିତ ରାଉତରାୟଙ୍କ ବାପା  ଦାମୋଦର ରାଉତ । ସେ କହିଛନ୍ତି ପାରାଦୀପର ମା ମାନେ କାନ୍ଦନ୍ତି ନାହିଁ, ତେଣୁ ଏମାନଙ୍କ ଲୁହ ପୋଛିବା କଥା ଭୁଲିଯାଆନ୍ତୁ ଦେବାଶିଷ। ସେ ନିଜ ନିର୍ବାଚନ ମଣ୍ଡଳୀର ମା’ଙ୍କ ଲୁହ ପୋଛି ପାରିଲେନି ବୋଲି କଟକ-ବାରବାଟୀ ଲୋକ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସେହିପରି ଦେବାଶିଷ କହିଥିଲେ ପାରାଦୀପରେ ଗୋଟିଏ ବଡ ଆନ୍ଦୋଳନର ଆବଶ୍ୟକତା ରହିଛି । ଏଠାରେ ଅନେକ କମ୍ପାନୀ ଆସୁଛି ହେଲେ ଲୋକେ ନିଯୁକ୍ତି ପାଉନାହାନ୍ତି । ଯାହାର ଜବାବରେ ଦାମ କହିଛନ୍ତି, ଦେବାଶିଷ ଜଣେ ଠିକାଦାର । ସେ ରାଜନୀତି କମ୍ ଠିକାଦାରୀ ଅଧିକ କରନ୍ତି । ଆଗାମୀ ଦିନରେ ସେ ଓଡ଼ିଶା ବିଧାନସଭାରେ ପ୍ରବେଶ କରିପାରିବେନି ବୋଲି ଦେବାଶିଷ କହିଛନ୍ତି। ବିଜୁ ପଟ୍ଟନାୟକଙ୍କ ନିର୍ବାଚନ ସଭାକୁ ଦେବାଶିଷ ଠେଙ୍ଗା ଧରି ଭାଙ୍ଗିଥିଲେ ବୋଲି ଦାମ କହିଛନ୍ତି।

ଶ୍ରମିକ ଦିବସ ଅବସରରେ ଦେବାଶିଷ ପାରାଦୀପର ଏକ ସଭାରେ କହିଥିଲେ, ବିଧାୟକଙ୍କୁ (ସମ୍ବିତ) କେହି ଚିହ୍ନନ୍ତି ନାହିଁ ଯଦି ପ୍ରଭୁ ଜଗନ୍ନାଥ, ମା ଶାରଳା ଆଶୀର୍ବାଦ କରିବେ ତାହେଲେ ସେ ଏଠାରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି କହିଥିଲେ। ଗତକାଲି ଏହାର ଜବାବ ଦେବାକୁ ଯାଇ ସମ୍ବିତ କହିଥିଲେ ଗତ ବିଧାନସଭା ନିର୍ବାଚନରେ ବୋଧହୁଏ ଏଠିକାର ଲୋକେ ଦେବାଶିଷଙ୍କ ମୁହଁକୁ ଦେଖି ତାଙ୍କୁ ଭୋଟ୍ ଦେଇଥିଲେ। ପାରାଦୀପ ତାଙ୍କ ବାପା ଦାମ ରାଉତ ପ୍ରତିନିଧିତ୍ୱ କରୁଥିଲେ ଏବେ ସେ କରୁଛନ୍ତି । ଦୀର୍ଘ ୪୫ ବର୍ଷ ହେବ ଏହି ଅଞ୍ଚଳର ଲୋକଙ୍କ ସହ ଜଡିତ। ପାରାଦୀପ ସହ ଦେବାଶିଷଙ୍କର କଣ ଭୂମିକା ରହିଛି ବୋଲି ସେ ପଚାରିଥିଲେ ।

Leave A Reply

Your email address will not be published.