Latest Odisha News

BREAKING NEWS

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସୁଇସାଇଡ ନୋଟର ଆସିଲା ଫରେନସିକ୍ ରିପୋର୍ଟ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ପୂର୍ବରୁ ନିଜେ ଲେଖିଥିଲେ ସୁଇସାଇଡ୍ ନୋଟ୍ । ଆସିଲା ସୁଇସାଇଡ୍ ନୋଟର ଫେରନସିକ୍ ରିପୋର୍ଟ । ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ସୁଇସାଇଡ ନୋଟରେ ଲେଖା ଥିବା ହାତ ଲେଖା ମେଳ ଖାଉଛି । ଏହି ସୂଚନା ଦେଇଛନ୍ତି ରେଲଓ୍ୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ।

ଆଦିତ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ଘରୁ ଏକ ଡାଏରୀ ମିଳିଥିଲା । ଯେଉଁଥିରେ ଆଦିତ୍ୟ ସୁଇସାଇଡ ପୂର୍ବରୁ କିଛି କଥା ଲେଖିଥିଲେ । ସେସବୁ ଆଦିତ୍ୟ ନିଜେ ଲେଖିଥିଲେ ନା ତାକୁ ଆଉ କିଏ ଲେଖିଥିଲା ସେନେଇ ରହସ୍ୟ ଘନେଇଥିଲା । ଯାଞ୍ଚ ପାଇଁ ଜବତ ଡାଏରୀକୁ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଫରେନସିକ୍ ଲ୍ୟାବକୁ ଯାଞ୍ଚ ପାଇଁ ସୁଇସାଇଡ୍ ନୋଟକୁ ପଠାଯାଇଥିଲା ।

ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ପରଦା ହଟି ପାରିନି । ରେଳବାଇ ପୋଲିସ ମାମଲାର ତଦନ୍ତ ଜାରି କରିଛି । ଏହି ଘଟଣାରେ ଏଯାଏ 40ରୁ ଅଧିକ ଲୋକଙ୍କୁ ଜେରା କରି ସାରିଲାଣି ପୋଲିସ ।

ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଚୁଡ଼ାନ୍ତ ନିଷ୍କର୍ଷରେ ପହଞ୍ଚି ପାରିନି ଜିଆରପି । ଏବେ ସୁଇସାଇଡ୍ ନୋଟର ଫେରନସିକ୍ ରିପୋର୍ଟ ଆସିଥିବା ବେଳେ ଆଗକୁ ମାମଲା କି ମୋଡ଼ ନେଉଛି ତାଉପରେ ନଜର ରହିବ ।

Leave A Reply

Your email address will not be published.