Latest Odisha News

BREAKING NEWS

ଧରା ପଡିଲା କୁକୁର ଛୁଆଙ୍କୁ ମାରୁଥିବା ମାଙ୍କଡ

ବିଡ: ମହାରାଷ୍ଟ୍ରରେ ଚାଂଚଲ୍ୟ ଖେଳାଇଥିବା କୁକୁର ଛୁଆ ହତ୍ୟାକାରୀ ମାଙ୍କଡ ଶେଷରେ ବନ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛି । ଫରେଷ୍ଟ ଅଫିସର ଏ ନେଇ ଗଣମାଧ୍ୟମଙ୍କୁ ସୂଚନା ଦେଇ କହିଛନ୍ତ ଯେ, ୨ଟି ମାଙ୍କଡ ଧରା ପଡିଥିବା ବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରାଯିବ । ବିଡ ଜିଲାରେ ପାଖାପାଖି ୮୦ କୁକୁର ଛୁଆଙ୍କୁ ଏହି ମାଙ୍କଡମାନେ ମାରିଥିବା ଅନୁମାନ କରାଯାଉଥିଲା ।

କୁକୁର ଛୁଆଙ୍କୁ ଧରିନେଇ ସେମାନେ ଛାତ କିମ୍ବା ଗଛ ଉପରୁ ପକାଇ ମାରି ଦେଉଥିଲେ । ପୂର୍ବରୁ କୁକୁରମାନେ ଗୋଟିଏ ମାଙ୍କଡ ଛୁଆଙ୍କୁ ମିଳିତ ଭାବେ ମାରି ଦେଇଥିବାର ସେମାନେ ପ୍ରତିଶୋଧ ପରାୟଣ ହୋଇ ଏହି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ମାଙ୍କଡ ୨ଟିକୁ ନିକଟସ୍ଥ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.