Latest Odisha News

BREAKING NEWS

କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡପ ଅଭିଯୋଗରେ ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

ମାଲକାନଗିରି:ସାମ୍ନାକୁ ଆସିଲା କେନ୍ଦୁପତ୍ର ବିଭାଗରେ ଚଞ୍ଚକତା । କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡପ ଘଟଣାରେ ଫରେଷ୍ଟର ଏବଂ ରେଞ୍ଜର ନିଲମ୍ବିତ ହୋଇଛନ୍ତି। ଗିରଫ ଦୁଇ ବନ କର୍ମଚାରୀ ହେଲେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ ନାୟକ । ଉଭୟଙ୍କୁ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ   ଗତକାଲି ନିଲମ୍ବିତ କରିଛନ୍ତି।

ସରକାରୀ ନିୟମ ଅନୁସାରେ ଯେଉଁ କେନ୍ଦୁପତ୍ର ତୋଳାଳିମାନେ ନିଜ ନାମ ପଞ୍ଜୀକୃତ କରାଇଥାନ୍ତି ସେମାନଙ୍କର  ସ୍ୱାଭାବିକ ମୃତ୍ୟୁ ଘଟିଲେ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଥାଏ। ଏହି ଦୁଇ ବିଭାଗୀୟ କର୍ମଚାରୀ ଫରେଷ୍ଟର ଓ ରେଞ୍ଜର କେନ୍ଦୁପତ୍ର ତୋଳାଳିଙ୍କୁ ଏହି ଟଙ୍କା ଦେବା ପାଇଁ  ଟଙ୍କା ଆଦାୟ କରୁଥିଲେ। ସେତିକି ନୁହେଁ, ଆଦିବାସୀ କେନ୍ଦୁ ପତ୍ର ତୋଳାଳିଙ୍କୁ ବିଭିନ୍ନ ଉପାୟରେ ହଇରାଣ ମଧ୍ୟ କରୁଥିଲେ।

ଏନେଇ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବାପରେ ବନଖଣ୍ଡ ଅଧିକାରୀ  ଫରେଷ୍ଟର ଓ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି। ଏହି ଘଟଣାରେ ଆଉ କିଏ ସଂପୃକ୍ତି ଅଛନ୍ତି କି ନାହିଁ ଏବଂ ଯଦି ଅଛନ୍ତି ସେମାନେ କିଏ  ସେ ନେଇ ଖାଳତାଡ କରୁଛି ନବରଙ୍ଗପୁର କେନ୍ଦୁପତ୍ର ବିଭାଗ ।

Leave A Reply

Your email address will not be published.