ଥିରୁଭାନନ୍ତପୁରମ୍: ଇରାନ ନୌସେନା ଦ୍ୱାରା ଗିରଫ ହୋଇଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଇରାନ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗିରଫ ହୋଇଥିବା ୭ ଭାରତୀୟ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ସମସ୍ତ ମତ୍ସ୍ୟଜୀବୀ କେରଳର ଆଙ୍କୁଥେଙ୍ଗର ବାସିନ୍ଦା ଥିବା ଜଣାପଡିଛି।
ଏହି ୭ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପାଞ୍ଚ ଜଣ ଥିରୁଭାନନ୍ତପୁରମ ଜିଲ୍ଲାର କେରଳର ଆଙ୍କୁଥେଙ୍ଗର ବାସିନ୍ଦା। ଅନ୍ୟ ଦୁଇ ଜଣ କୋଲ୍ଲମ ଜିଲ୍ଲାର ପରଭୁର ଅଞ୍ଚଳର ବାସିନ୍ଦା। ମାଛ ଧରିବା ସମୟରେ ଏହି ମତ୍ସ୍ୟଜୀବୀ ରାସ୍ତା ଭୁଲିଯାଇଥିଲେ। ରାସ୍ତା ଭୁଲି ସେମାନେ ଇରାନର ଜଳପଥ ମଧ୍ୟରେ ପ୍ରବେଶ କରିଥିଲେ। ଏଥିଯୋଗୁଁ ଇରାନ ସେମାନଙ୍କୁ ଗିରଫ କରିଥିଲା। ଇରାନ ରାଷ୍ଟ୍ରଦୂତ ଇରାଜ ଏଲାହି ଏନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଏ ବିଷୟରେ ଅବଗତ କରାଇଥିଲେ।
Comments are closed.