Latest Odisha News

BREAKING NEWS

ଓଡ଼ିଶାରେ ‘ଟୁରିଷ୍ଟ ଗାଇଡ଼ କ୍ଲବ’ର ଗଠନ

ଭୁବନେଶ୍ୱର: ସେପ୍ଟେମ୍ବର ୨୪ ରବିବାର ଭୁବନେଶ୍ୱର ଖଣ୍ଡଗିରିଠାରେ ଓଡ଼ିଶାର କୋଣ ଅନୁକୋଣରେ କାର୍ଯ୍ୟରତ ଥିବା ଜାତୀୟସ୍ତରୀୟ ଟୁରିଷ୍ଟ ଗାଇଡ଼, ରିଜିଅନାଲ୍ ସ୍ତରୀୟ, ରାଜ୍ୟ ସ୍ତରୀୟ, ଇକୋ ଟୁରିଷ୍ଟ ଗାଇଡ଼, କୋଣାର୍କ, ନନ୍ଦନକାନନ, ଶିମିଳିପାଳ, ଦେବ୍ରିଗଡ଼ର ଟୁରିଷ୍ଟ ଗାଇଡ଼ମାନେ ସଂଗଠିତ ହୋଇ “ଟୁରିଷ୍ଟ ଗାଇଡ଼ କ୍ଲବ” ନାମରେ ଏକ ନୂତନ ସଙ୍ଗଠନ ଗଢ଼ାଯିବା ନେଇ ସଙ୍ଗଠନର ଆବାହକ ଲଳିତ ମୋହନ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଓଡିଶାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ତନ୍ମଧ୍ୟରୁ କିଛି ବିଶେଷ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ସରକାରୀ ସ୍ୱୀକୃତୀ ପ୍ରାପ୍ତ ଟୁରିଷ୍ଟ ଗାଇଡ଼ ମାନେ କାର୍ଯ୍ୟରତ ଅଛନ୍ତି। ଓଡିଶା ସରକାର ପର୍ଯ୍ୟଟନସ୍ଥଳୀ ଯଥା ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ପୁରାତନ ମନ୍ଦିର ଗୁଡିକର ଅହେତୁକ ବିକାଶ ହେଉଥିବା ବେଳେ କେଉଁଠି ନା କୋଉଁଠି ଓଡ଼ିଶାରେ କାର୍ଯ୍ୟରତ ଗାଇଡ଼ମାନଙ୍କୁ ଉପେକ୍ଷା କରାଯାଇଛି। କରୋନା ମହାମାରୀ ସମୟରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଅଚଳ ହୋଇପଡିଥିଲା ବେଳେ, ସେହି ସମୟରେ ଟୁରିଷ୍ଟ ଗାଇଡମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ କୌଣସିଭି ସରକାରଙ୍କ ତରଫରୁ କୌଣସି ସହାୟତା ମିଳିନଥିଲା। କିନ୍ତୁ ଏବେ ସରକାରଙ୍କ ଶୁଭ ଦୃଷ୍ଟି ପଡିବା ନେଇ ଟୁରିଷ୍ଟ ଗାଇଡ଼ କ୍ଲବ ର ସଦସ୍ୟ ମାନେ ଆଶାବାଦୀ ଅଛନ୍ତି।

ରାଜ୍ୟର ଦୁଇ ଜଣ ଟୁରିଷ୍ଟ ଗାଇଡ଼ ତପନ କୁମାର ମିଶ୍ର ଓ ଲଳିତ ମୋହନ ପଣ୍ଡା ଜାତୀୟ ସ୍ତରୀୟ ପର୍ଯ୍ୟଟନ ପୁରସ୍କାର ପାଇ ସାରା ଦେଶରେ ଓଡିଶା ରାଜ୍ୟ ଏକ ସ୍ୱତନ୍ତ୍ର ପରିଚୟ କରିପାରିଛି। ଏହି ବୈଠକରେ ନନ୍ଦନକାନର ଅଭିଜ୍ଞ ଗାଇଡ ସ୍ୱର୍ଗତ ସୌମେନ୍ଦ୍ର ତ୍ରିପାଠୀଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ଓ ସ୍ୱର୍ଗତ ମମତାମୟୀ ସେଠୀଙ୍କର ଅସମାୟିକ ମୃତ୍ୟୁ ପାଇଁ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା।

ଭବିଷ୍ୟତରେ ଏହି ଟୁରିଷ୍ଟ ଗାଇଡ଼ କ୍ଲବ ସରକାରଙ୍କ ପର୍ଯ୍ୟଟନ ସମ୍ବନ୍ଧୀୟ ଉନ୍ନତି ମୂଳକକାର୍ଯ୍ୟରେ ମିଶି ସର୍ବଦା ରହିବ, ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକକୁ ସୂଚାରୁ ରୂପେ ଚାଲିବା ପାଇଁ ସଞ୍ଜୟ ମହାପାତ୍ର, ଧନେଶ୍ୱର ସାହୁ, ନିରଞ୍ଜନ ମହାପାତ୍ର, ମିନତୀ ସାହୁ ପ୍ରମୂଖ ସାହାଯ୍ୟ କରିଥିଲେ।

Comments are closed.