Latest Odisha News

BREAKING NEWS

ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କର ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।

ନିକଟରେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୋରାବଜୀ ୧୯୫୩ ମସିହାରେ ବମ୍ବେ ହାଇକୋର୍ଟରେ ତାଙ୍କର ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ପରେ ୧୯୭୧ ମସିହାରେ ସୁପ୍ରିମକୋର୍ଟର ବରିଷ୍ଠ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ।

ସୋରାବଜୀ ପ୍ରଥମେ ୧୯୮୯-୯୦ ରୁ ଭାରତର ଆଟର୍ଣ୍ଣି ଜେନେରାଲ୍ ହୋଇଥିଲେ ଏବଂ ପରେ ପୁଣି ୧୯୯୮-୨୦୦୪ ରୁ ମଧ୍ୟରେ ଏହି ଭାର ତୁଲାଇଥିଲେ।

Comments are closed.