Latest Odisha News

BREAKING NEWS

ବ୍ରାଜିଲରେ ରାଜନୈତିକ କନ୍ଦଳ: ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟ ମଧ୍ୟକୁ ଧସେଇ ପଶିଲେ

ବ୍ରାସିଲିଆ: ବ୍ରାଜିଲରେ ରାଜନୈତିକ ଅସ୍ଥିରତା ଗମ୍ଭୀର ହୋଇଛି । ପୂର୍ବତନ ରାଷ୍ଟ୍ରପତି ଜାୟର ବାଲ୍ସୋନାରୋଙ୍କ ଶତାଧିକ ସମର୍ଥକ ରବିବାର ପୋଲିସ ବ୍ୟାରିକୋଡ ଭାଙ୍ଗି କଂଗ୍ରେସ, ରାଷ୍ଟପତି ଭବନ ଏବଂ ସୁପ୍ରିମକୋର୍ଟ ଭିତରକୁ ଧସେି ପଶି  ଯାଇଥିଲେ । ପ୍ରଦର୍ଶନକାରୀମାନେ ସବୁଜ ଏବଂ ହଳଦିଆ ଝଣ୍ଡା ପିନ୍ଧିଥିଲେ । ଏମାନଙ୍କ ମଧ୍ୟରୁ କିଛି ଲୋକ ସଦନ ଅଧ୍ୟକ୍ଷଙ୍କ ଚଉକି ଉପରକୁ ଚଢି ତାଙ୍କୁ ଘେରି ଯାଇଥିଲେ । ଏହି ଘଟଣାକୁ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା: ସିଲ୍ବୋ ଏହି ଆନ୍ଦୋଳନକୁ ତୀବ୍ର ନିନ୍ଦା କରିଛନ୍ତି ।

ଗତବର୍ଷ ନିର୍ବାଚନରେ  ଜାଇର୍‌ ବୋଲ୍‌ସୋନାରୋଙ୍କୁ ଅଳ୍ପ ଭୋଟରେ ପରାସ୍ତ କରି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା  ରାଷ୍ଟ୍ରପତି ହୋଇଥିଲେ। ଲୁଲା ଅଳ୍ପ ଭୋଟ୍‌ରେ ବିଜୟୀ ହୋଇଥିବାରୁ  ତାଙ୍କୁ ଶାସନ ଗାଦିରେ ବସାଇ ନଦେବାକୁ ଜାଇର୍‌ ବୋଲ୍‌ସୋନାରୋ ଲାଗିପଡ଼ିଥିଲେ।

ତେବେ ପ୍ରତିପକ୍ଷ ନେତାଙ୍କ ସମର୍ଥକଙ୍କ ଆକ୍ରମଣ ଆଶଙ୍କାକୁ ନେଇ ବ୍ରାସିଲିଆରେ ଜାନୁଆରୀ ୩୧ ତାରିଖ ପାର୍ଯ୍ୟନ୍ତ  ଫେଡରାଲ ସୁରକ୍ଷାକୁ କାଏମ ରଖିବାକୁ ରାଷ୍ଟ୍ରପତି  ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା  ନିର୍ଦ୍ଦେଶ ଦେଇଥିଲେ। ତଥାପି କ୍ଷମତାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ରବିବାର ହଜାର ହଜାର ବୋଲ୍‌ସୋନାରୋଙ୍କ ସମର୍ଥକ  ବ୍ରାଜିଲ୍‌ସ୍ଥିତ ଆର୍ମି ବେସ୍‌ରେ ପ୍ରତିବାଦ ଚଳାଇ ଥିଲେ।

ସେମାନେ ରାଷ୍ଟ୍ରପତି ଭବନରେ ଜୋରଜବରଦସ୍ତ ପଶିଥିଲେ । ସେମାନେ କବାଟ ଓ ଝରକା ଭାଙ୍ଗି କଂଗ୍ରେସ ଭବନରେ ପ୍ରବଶେ କରିଛନ୍ତି। ଘଟଣାରେ  ବ୍ରାଜିଲ ପୁଲିସ  ୩୦୦ଜଣଙ୍କୁ ଗିରଫ କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି ।

Leave A Reply

Your email address will not be published.