ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ୯୭ତମ ଜୟନ୍ତୀ ଉତ୍ସବ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ନିତ୍ୟାନନ୍ଦ ଦାସ, ସୁକାନ୍ତ କୁମାର କୁଣ୍ଡୁ, ପ୍ରୀତିପ୍ରଜ୍ଞା ନାୟକ, ସୌମ୍ୟା ଶୁଭଦର୍ଶିନୀ, ଆଶ୍ରିତା ସାମନ୍ତରାୟଙ୍କୁ କଳା, ସଂସ୍କୃତି ଓ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ପାରଦର୍ଶିତା ପାଇଁ ‘ଗୁରୁ କେଳୁଚରଣ ମହାପାତ୍ର ସ୍ମୃତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ପ୍ରବୀର ମହାନ୍ତି, ରୁଦ୍ରନାରାୟଣ ସାମନ୍ତରାୟ, ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଅନୁପମା ବେହେରା, ସରୋଜିନୀ ମିଶ୍ର, ସଂଯୁକ୍ତ ମିଶ୍ର, ସଂଯୁକ୍ତା ପାଣିଗ୍ରାହୀ, ରୀତା ମହାନ୍ତି, ଉଇ ଫର ଭୁବନେଶ୍ଵରର କର୍ମକର୍ତ୍ତା ସମାଜସେବୀ ରୋହିତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।
ମୋହନ ସୁନ୍ଦର ଦେବଗୋସ୍ଵାମୀଙ୍କ ରାସ ଦଳରେ ଗୋଟିପୁଅ ନୃତ୍ୟ କଳାକାର ଭାବରେ ଜୀବନ ଆରମ୍ଭ କରି ଓଡ଼ିଶୀ ନୃତ୍ୟକୁ ନୂତନ ଢଙ୍ଗରେ ପରିବେଷଣ କରିବା ସହ ତାହାକୁ ଅତ୍ୟାଧୁନିକ ରୂପ ଦେଇ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦେବାରେ ଆଜୀବନ ସାଧନା କରି ତାହାକୁ ବିଶ୍ଵ ଦରବାରରେ ସୁପ୍ରତିଷ୍ଠିତ କରିବାରେ ଗୁରୁ କେଳୁଚରଣ ମହାପାତ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲା ବେଳେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.