Latest Odisha News

BREAKING NEWS

କରୋନା ନେଲା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ଲଗାତାର ଦ୍ୱିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି । ସଂକ୍ରମଣ ଭଳି ମୃତ୍ୟୁ ସଂଖ୍ୟା ବଢ଼ୁଛି । କରୋନାରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ରଣଜିତ ସିହ୍ନାଙ୍କ ମୃତ୍ୟୁ ଦିଲ୍ଲୀରେ ହୋଇଛି ।

ଗୁରୁବାର ରାତିରେ ରଣଜିତ ସିହ୍ନା କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା ବେଳେ ଶୁକ୍ରବାର ଦେହାନ୍ତ ହୋଇଛି । ୧୯୭୪ ବ୍ୟାଚର ବିହାର କ୍ୟାଡରର ଆଇପିଏସ୍ ହେଉଛନ୍ତି ରଣଜିତ୍ । ସେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏଥିସହ ରେଲୱେ ସୁରକ୍ଷା ବଳ (ଆରପିଏଫ)ର ନେତୃତ୍ୱ ନେଇଥିଲେ ।

ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ପୂର୍ବରୁ ସେ ପାଟଣା ଓ ଦିଲ୍ଲୀରେ ସିବିଆଇର ବରିଷ୍ଠ ପଦରେ ଥିଲେ । ୨୦୧୨ ମସିହାରେ ସେ ସିବିଆଇର ମୁଖ୍ୟ ହୋଇଥିଲେ ।

Leave A Reply

Your email address will not be published.