Latest Odisha News

ମନି ଲଣ୍ଡରିଂ ମାମଲାରେ ଇଡି ଚାର୍ଜସିଟରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ନୂଆଦିଲ୍ଲୀ: ଜାନୁଆରୀ ୧, ୨୦୨୪ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମହାଦେବ ଆପ୍ ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମରେ ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଏକ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ଭାରତୀୟ ଜନତା ପାର୍ଟି (ବିଜେପି) କଂଗ୍ରେସ ଦଳ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି।

ଚାର୍ଜସିଟରେ ର୍ଶାଯାଇଛି ଯେ ବାଘେଲ ଆପର ପ୍ରମୋଟରଙ୍କଠାରୁ ମୋଟ ୫୦୮ କୋଟି ଟଙ୍କା ଲାଞ୍ଚ ନେଇଥିଲେ। ଏଥିରେ ଶୁଭମ ସୋନି, ଅନିଲ କୁମାର ଅଗ୍ରୱାଲ (ଓରଫ ଅତୁଲ ଅଗ୍ରୱାଲ), ରୋହିତ ଗୁଲାଟି, ଭୀମ ସିଂ ଯାଦବ ଓ ଅସୀମ ଦାସଙ୍କ ସମେତ ଅନେକ ଅଭିଯୁକ୍ତ ରହିଛନ୍ତି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା କଂଗ୍ରେସକୁ ସମାଲୋଚନା କରିବା ସହ ଉପହାସ କରିଛନ୍ତି। ତଦନ୍ତ ସମୟରେ ମହାଦେବ ଆପ୍ ପ୍ରମୋଟର ଶୁଭମ ସୋନି ବାଘେଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଆଶ୍ଚର୍ଯ୍ୟଜନକ ଖୁଲାସା କୁ ଆଧାର କରି ଇଡିର ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ବ୍ୟକ୍ତି ଅସୀମ ଦାସ ପ୍ରକାଶ କରିଛନ୍ତି ଯେ ସୋନି ତାଙ୍କୁ ବାଘେଲଙ୍କୁ ଯଥେଷ୍ଟ ନଗଦ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦାଶଙ୍କ ଫୋନରେ ମିଳିଥିବା ଏକ ଭଏସ୍ ମେସେଜରୁ ଏହା ପ୍ରମାଣିତ ହୋଇଛି, ଯେଉଁଥିରେ ସୋନି ଭାରତ ଫେରିବା ପରେ ବାଘେଲଙ୍କୁ ୮-୧୦ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅକ୍ଟୋବର ୨୫, ୨୦୨୩ରେ ଦୁବାଇରେ ଏକ ବୈଠକରେ ବାଘେଲଙ୍କୁ ନଗଦ ଟଙ୍କା ପ୍ରଦାନ କରିବା ପାଇଁ ଦାଶଙ୍କ ସମ୍ପୃକ୍ତି ଥିବା ଚାର୍ଜସିଟରେ ଦର୍ଶାଯାଇଛି। ସୋନିଙ୍କ ନିର୍ଦ୍ଦେଶ କ୍ରମେ ୨୦୨୩ ନଭେମ୍ବର ୨ତାରିଖରେ ଇଡି ଦାସଙ୍କୁ ଅଟକାଇ ବାଘେଲଙ୍କ ପାଇଁ ଉଦ୍ଦିଷ୍ଟ ନଗଦ ୫.୩୯ କୋଟି ଟଙ୍କା ଜବତ କରିଥିଲା।

କଂଗ୍ରେସ ଛତିଶଗଡ଼କୁ ଏଟିଏମ୍ ଭାବେ ଶୋଷଣ କରିବା ସହ ଲୁଟ୍ କରୁଛି ବୋଲି ପୁନାୱାଲା ଅଭିଯୋଗ କରିଛନ୍ତି। ଦଳ ଏଭଳି କାର୍ଯ୍ୟକୁ ସମର୍ଥନ ଜାରି ରଖିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Comments are closed.