ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ପୂର୍ବତନ ଜୁନିଅର ଡାଏରିଷ୍ଟ ଅଜୟ କୁମାର ମହାନ୍ତିଙ୍କୁ ଲାଞ୍ଚ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱରର ଭିଜିଲାନ୍ସ କୋର୍ଟ।
ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଅଜୟ ମହାନ୍ତିଙ୍କୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ପଠିତ ୧୩(1)(d)/7 ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଜରିମାନାରେ ଦଣ୍ଡିତ କରିଛନ୍ତି।
ଏନେଇ ଓଡ଼ିଶା ଭିଜିଲାନ୍ସ କହିଛି ଯେ ସେମାନେ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛନ୍ତି। ସେ ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପରୀକ୍ଷା ଫଳାଫଳ ପ୍ରକାଶନକୁ ସହଜ କରିବା ପାଇଁ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଛି।
ତେବେ ନିୟମ ଅନୁଯାୟୀ ଅଜୟ ମହାନ୍ତିଙ୍କ ପେନସନ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Comments are closed.