Latest Odisha News

ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ

ଜୟପୁର: ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ । ୨ ବର୍ଷ ଜେଲ୍‌ ସହ ୨ ଲକ୍ଷ ଜରିମାନା କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୧୦ରେ ନନ୍ଦପୁର ବ୍ଲକ ବାଲଡ଼ା ରେଞ୍ଜର ଥିବାବେଳେ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ଧରିଥିଲା ଭିଜିଲାନ୍ସ । ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ୱର ଅଭିମୁଖେ ଯିବାବେଳେ ଧରାପଡ଼ିଥିଲେ ଡିଏଫ୍‌ଓ ସରୋଜ ନନ୍ଦ ।

ସୂଚନା ଅନୁସାରେ, ଗତ ୨୦୧୦ ମସିହାରେ ନନ୍ଦପୁର ବ୍ଲକ ବାଲଡ଼ା ରେଞ୍ଜର ଥିବାବେଳେ ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦ ନନ୍ଦପୁରରୁ ଭୁବନେଶ୍ଵରକୁ ୬ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଧରିଥିଲା ଭିଜିଲାନ୍ସ । ଆଜି ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨ ଲକ୍ଷ ଜରିମାନା କାରିଛନ୍ତି କୋର୍ଟ । ଏଥିସହ ତାଙ୍କର ପେନଶନ ବନ୍ଦ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶ ଦେଇଛି ।

 

Leave A Reply

Your email address will not be published.