Latest Odisha News

BREAKING NEWS

ପୂର୍ବତନ କ୍ରିକେଟର ଲକ୍ଷ୍ମୀରତନ ଶୁକ୍ଲାଙ୍କ ପତ୍ନୀଙ୍କୁ କରୋନା, ସମ୍ପୂର୍ଣ୍ଣ ପରିବାର କ୍ୱାରେଂଟାଇନରେ

କଲିକତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଲକ୍ଷ୍ମୀରତନ ଶୁକ୍ଲାଙ୍କ ପତ୍ନୀ କରୋନା ପଜିଟିଭ ଥିବା ଜଣାପଡିଛି । ଏହା ଜଣା ପଡିବା ପରେ ଶୁକ୍ଲାଙ୍କ ପରିବାରକୁ କ୍ୱାରେଂଟାଇନରେ ରଖାଯାଇଛି । ପଶ୍ଚିମବଙ୍ଗର ଖେଳ ରାଜ୍ୟ ମନ୍ତ୍ରୀ ଶୁକ୍ଲାଙ୍କ ପତ୍ନୀ ସ୍ମିତା ସାନ୍ୟାଲ ପରିବାର କଲ୍ୟାଣ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି ।

୨୦୧୫ରେ କ୍ରିକେଟରୁ ଅବସର ଘୋଷଣା କରିବା ପରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୬ରେ ହାୱଡା ଉତର ବିଧାନସଭାରେ ରୂପା ଗାଙ୍ଗୁଲିଙ୍କୁ ହରାଇଥିଲେ । ଲକ୍ଷ୍ମୀରତନ କରୋନା ଭାଇରସ ମୁକାବିଲା ପାଇଁ ୩ ମାସର ଦରମା ଓ ବିସିସିଆଇ ପେନସନ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଇଛନ୍ତି ।

Leave A Reply

Your email address will not be published.