Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ୍ ୱାଡେକରଙ୍କ ପରଲୋକ

ମୁମ୍ବାଇ : ଆରପାରିରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ଅଜିତ୍ ୱାଡେକର । ମୁମ୍ବାଇର ଯଶଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୭ ବର୍ଷିୟ ଅଜିତଙ୍କର ଦେହାନ୍ତ ହୋଇଛି ।

ସୂଚନା ଅନୁଯାୟୀ ୧୯୪୧ ମସିହା ଏପ୍ରିଲ ୧ରେ ଜନ୍ମିତ ଅଜିତ୍ ୧୯୬୬ ରେ ଭାରତ ପକ୍ଷରୁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହି ବାମହାତୀ ବ୍ୟାଟ୍ସମ୍ୟାନ ନିଜ କ୍ୟାରିୟରରେ ୩୭ଟି ଟେଷ୍ଟମ୍ୟାଚ ଖେଳି ୨୧୧୩ ରନ୍ ସଂଗ୍ରହ କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ୨୩୭ଟି ମ୍ୟାଚରୁ ସେ ୧୫ହଜାର ୩୮୦ ରନ୍ ସଂଗ୍ରହ କରିଥିଲେ ।

ତାଙ୍କର ଅଧିନାୟକତ୍ୱରେ ୧୯୭୧ ମସିହାରେ ଭାରତୀୟ ଦଳ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଜିତି ପାରିଥିଲା । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ସମେତ ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିବା ରବିଶାସ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଟ୍ୱିଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.