Latest Odisha News

BREAKING NEWS

ଇସ୍ରାଏଲ ପୂର୍ବତନ ପ୍ରଫେସରଙ୍କ ଚାଂଚଲ୍ୟକର ବୟାନ, ଏଲିୟନ ମାନେ ଗୁପ୍ତ ଭାବେ ଆମ ସହ କାମ କରୁଛନ୍ତି

ନୂଆଦିଲ୍ଲୀ: ଇସ୍ରାଏଲର ପୂର୍ବତନ ସ୍ପେଶ ସିକ୍ୟୁରିଟି ଚିଫ ହେମ ଇଶେଡ ମଙ୍ଗଳବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଏଲିୟନ ଅଛନ୍ତି ଏହା ପ୍ରମାଣିତ ହୋଇ ସାରିଛି । ସେମାନେ ଆମ ସରକାରଙ୍କ ସହ ଗୁପ୍ତ ଭାବେ କାମ କରୁଛନ୍ତି । ଏଲିୟନଙ୍କ ଅନେକ ଫର୍ଦ୍ଦ ଏବେ ବି ରହସ୍ୟାବୃତ ହୋଇ ରହିଛି । ଧିରେ ଧିରେ ଏହାର ପରତ ଖୋଲିବାକୁ ଯାଉଛି ବୋଲି ସେ କହିଛନ୍ତି ।

ଆମେରିକା ଓ ଇସ୍ରାଏଲ ଦୀର୍ଘ ଦିନ ଧରି ଏଲିୟନଙ୍କ ଉପରେ ଗବେଷଣା ଚଳାଇଛନ୍ତି । ସେମାନଙ୍କ ସହ ସାମ୍ନା ସାମ୍ନି ହେବା ପାଇଁ ଏବେ ଆମେ ପ୍ରସ୍ତୁତ ହୋଇ ନାହୁଁ ବୋଲି ସେ କହିଛନ୍ତି । ଏଲିୟନମାନେ ଲୋକମାନଙ୍କୁ ଶାନ୍ତ ହେବାକୁ ଏବଂ ମାନସିକସ୍ତରରେ ପ୍ରସ୍ତୁତ ହେବା ପାଇଁ ସମୟ ଦରକାର ବୋଲି କହିଛନ୍ତି । ସେମାନଙ୍କ ଉପସ୍ଥିତିକୁ ଗୁପ୍ତ ରଖିବା ପାଇଁ ଚୁକ୍ତିନାମା ହୋଇଛି ବୋଲି ଇଶେଡ କହିଛନ୍ତି ।

Leave A Reply

Your email address will not be published.