Latest Odisha News

BREAKING NEWS

ଯାଜପୁରର ପୂର୍ବତନ ସିଡିଏମଓଙ୍କୁ ଛୁରା ମାଡ଼, ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ଭୋର୍ ସମୟରେ ଉଠିଥିଲେ ଠାକୁର ସେବା କରିବାକୁ। ଏଥିପାଇଁ ଘର ବାହାରେ ଥିବା ଠାକୁର ଘରକୁ ଯାଇଥିଲେ। କିନ୍ତୁ ପୂର୍ବରୁ ଛକି ବସିଥିବା ଦୁର୍ବୃତ୍ତ ଭିଆଇଛନ୍ତି ଲଙ୍କାକାଣ୍ଡ । ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ତଥା ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ କରିଛନ୍ତି। ସେ ଏବେ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କିଏ ଓ କାହିଁକି ଏଭଳି ଆକ୍ରମଣ କଲା ତାହା ଅସ୍ପଷ୍ଟ ରହିଛି।

ସେ କହିଛନ୍ତି ବୋଧହୁଏ ଦୁର୍ବୃତ୍ତମାନେ ଲୁଟ ପାଇଁ ଆସିଥିଲେ। ଠାକୁର ଘରକୁ ସେ ଭୋର୍ ୪ଟା ୩୦ ସମୟରେ ଯାଇଥିଲେ। ଯାହା କି ଘର ବାହାରେ ରହିଛି । ଏହି ସମୟରେ ଷ୍ଟ୍ରିଟ ଲାଇଟ ଜଳୁଥିଲା। ଆଉ କାନ୍ଥରେ ଏକ ଅନ୍ଧାର ଛାଇ ଦେଖାଗଲା। ମଣିଷ ବୋଲି ହୃଦବୋଧ ହେଲା। ଏହାପରେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କ ପେଟରେ ୬ରୁ ୭ ଥର ଛୁରା ମାଡ଼ କରିଥିଲେ ବୋଲି କହିଛନ୍ତି।

ଏବେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଡାକ୍ତର ରଘୁନାଥ ପାଢୀ। ତାଙ୍କ ପେଟରେ ଅନେକ ଷ୍ଟିଜ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଦୁଇ ତିନି ଥର ଚୋରି ହୋଇଛି ଡାକ୍ତରଙ୍କ ଘରୁ। ପୋଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ଠିକ୍ ଭାବେ ତଦନ୍ତ କରିନଥିବା ଡାକ୍ତରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବଡ କଥା ହେଉଛି ଡାକ୍ତରଙ୍କ ଘରଠୁ ଥାନାର ଦୂରତା ୫ ଶହ ମିଟର ହୋଇଥିଲେ ମଧ୍ୟ ଟାଉନ ଥାନା ପୋଲିସ ତତକ୍ଷଣାତ ଘଟଣା ସ୍ଥଳରେ ନପହଂଚିବାରୁ ଲୋକଙ୍କ ମଧ୍ୟରେ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

Comments are closed.