ଓଡ଼ିଶା ସମ୍ବାଦ ବ୍ୟୁରୋ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ । ସିଞ୍ଜେଙ୍କ ମୁଣ୍ଡରେ ବାଜିଛି ଗୁଳି, ବେକରେ ବାଜିଛି ଗୁଳି । ଭାଷଣ ଦେଉଥିବା ବେଳେ ଗୁଳିମାଡ ହୋଇଥିବା ସୂଚନା । ଗୁଳିମାଡ କରିଥିବା ଦୃର୍ବୃତ୍ତକୁ ଗିରଫ କରିଛି ପୋଲିସ । ସିଞ୍ଜୋ ଆବେ ପଶ୍ଚିମ ଜାପାନର ନାରା ସାହାରରେ ଏକ ସମ୍ମିଳନୀରେ ଭାଷଣ ଦେଉଥିବା ସମୟରେ ତାଙ୍କ ଉପରକୁ ଗୁଳି ଚଳାଯାଇଛି ।
ପଛରୁ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗନରେ ଗୁଳି କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏବେ ତାଙ୍କର ଚିକିତ୍ସା କରାଯାଉଛି । ଦୁଇ ଥର ସେ ଜାପାନର ପ୍ରଧାନମନ୍ତ୍ରୀ ରହିଥିଲେ ।
Former Prime Minister Shinzo Abe has been shot in the city of Nara, reports Japan's NHK. pic.twitter.com/pw4TyCdArl
— ANI (@ANI) July 8, 2022
ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଖବର ପ୍ରକାଶ ପାଇଛି । ଗୁଳି ଚଳାଇଥିବା ଆତତାୟୀକୁ ପଚରାଉଚୁରା କରାଯାଉଛି । ବନ୍ଧୁକ ସହ ତାକୁ ଗିରଫ କରିଛି ପୋଲିସ । ଜାପାନର ନାରା ସହରରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ ଜନସଭାକୁ ସମ୍ବୋଧନ କରୁଥିବା ସମୟରେ ଏଭଳି ଅଘଟଣ ଘଟିଛି । ତେବେ ଘଟଣାର କାରଣ ବାବାଦରେ ଏଯାଏଁ କିଛି ଜଣାପଡିନାହିଁ ।
ସିଞ୍ଜୋ ଦୀର୍ଘ ଦିନ ଧରି ଜାପାନରେ ପ୍ରଧାନମନ୍ତ୍ରୀ ଥିଲେ । ଏବେ ଗୁଳିମାଡ ପରର ଦୃଶ୍ୟ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ବିଶ୍ୱନେତା ଚିନ୍ତା ପ୍ରକଟ କରିଛନ୍ତି ।
Comments are closed.