Latest Odisha News

BREAKING NEWS

ସିଞ୍ଜୋ ଆବେଙ୍କୁ ଗୁଳିମାଡ, ଅବସ୍ଥା ସଂକଟାପନ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ । ସିଞ୍ଜେଙ୍କ ମୁଣ୍ଡରେ ବାଜିଛି ଗୁଳି, ବେକରେ ବାଜିଛି ଗୁଳି । ଭାଷଣ ଦେଉଥିବା ବେଳେ ଗୁଳିମାଡ ହୋଇଥିବା ସୂଚନା । ଗୁଳିମାଡ କରିଥିବା ଦୃର୍ବୃତ୍ତକୁ ଗିରଫ କରିଛି ପୋଲିସ ।  ସିଞ୍ଜୋ ଆବେ ପଶ୍ଚିମ ଜାପାନର ନାରା ସାହାରରେ ଏକ ସମ୍ମିଳନୀରେ ଭାଷଣ ଦେଉଥିବା ସମୟରେ ତାଙ୍କ ଉପରକୁ  ଗୁଳି ଚଳାଯାଇଛି ।

ପଛରୁ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗନରେ ଗୁଳି କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏବେ ତାଙ୍କର ଚିକିତ୍ସା କରାଯାଉଛି । ଦୁଇ ଥର ସେ ଜାପାନର ପ୍ରଧାନମନ୍ତ୍ରୀ ରହିଥିଲେ ।

ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଖବର ପ୍ରକାଶ ପାଇଛି ।  ଗୁଳି ଚଳାଇଥିବା ଆତତାୟୀକୁ ପଚରାଉଚୁରା କରାଯାଉଛି । ବନ୍ଧୁକ ସହ ତାକୁ ଗିରଫ କରିଛି ପୋଲିସ । ଜାପାନର ନାରା ସହରରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ ଜନସଭାକୁ ସମ୍ବୋଧନ କରୁଥିବା ସମୟରେ ଏଭଳି ଅଘଟଣ ଘଟିଛି । ତେବେ ଘଟଣାର କାରଣ ବାବାଦରେ ଏଯାଏଁ କିଛି ଜଣାପଡିନାହିଁ ।

ସିଞ୍ଜୋ ଦୀର୍ଘ ଦିନ ଧରି ଜାପାନରେ ପ୍ରଧାନମନ୍ତ୍ରୀ ଥିଲେ । ଏବେ ଗୁଳିମାଡ ପରର ଦୃଶ୍ୟ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ବିଶ୍ୱନେତା ଚିନ୍ତା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.