ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜେଡିୟୁ ସଭାପତି ଶରଦ ଯାଦବଙ୍କ ବିୟୋଗ। ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା। ଶରଦଙ୍କ ବିୟୋଗ ବାବଦରେ ଟ୍ବିଟ୍ କରି ତାଙ୍କ ଝିଅ ଶୁଭାଶନି ଶରଦ ଯାଦବ ସୂଚନା ଦେଇଛନ୍ତି। ତାଙ୍କ ବାପା ଆଉ ଏହି ଇହ ଜଗତରେ ନାହାନ୍ତି ବୋଲି ଟ୍ବିଟ୍ କରି ସେ ସୂଚନା ଦେଇଛନ୍ତି। ଗୁରୁଗ୍ରାମର ଫୋର୍ଟିସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ଦିନ ହେବ ସେ ରାଜନୀତିରେ ସକ୍ରିୟ ନଥିଲେ। ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିହାରର ଏହି ନେତା।
ବିହାରର ଏହି ନେତା ଏକଦା ଲୋକପ୍ରିୟ ଥିଲେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୂର୍ବରୁ ଜେଡିୟୁର ସଭାପତି ଥିଲେ ଶରଦ ଯାଦବ। ପରେ ଦୁଇ ଜଣଙ୍କ ମଧ୍ୟରେ କନ୍ଦଳ ହୋଇଥିଲା। ହେଲେ ସଂଖ୍ୟାଧିକ ବିଧାୟକ ନୀତିଶଙ୍କୁ ସମର୍ଥନ କରିବାରୁ ଜେଡିୟୁ ଉପରୁ ଶରଦ ନିୟନ୍ତ୍ରଣ ହରାଇଥିଲେ।
ବିହାରରେ ନିଜର ସମାଜବାଦୀ ଚିନ୍ତାଧାରା ଏବଂ ତୃଣମୂଳ ସମସ୍ୟାକୁ ରାଜନୈତିକ ପ୍ରସଙ୍ଗ କରି ଚର୍ଚ୍ଚାର ପରିସରକୁ ସେ ଆସିଥିଲେ।
Comments are closed.