ରାୟଗଡ଼ା: ପୁଣି ଗିରଫ ହେଲେ ପୂର୍ବତନ କାଶୀପୁର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ୧ କୋଟି ୭୩ ଲକ୍ଷରୁ ଊର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ରିମାଣ୍ଡରେ ନେବାକୁ ଭିଜିଲାନ୍ସକୁ ଅନୁମତି ଦେଇଛି କୋର୍ଟ ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁରର ପୂର୍ବତନ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ରାୟଗଡ଼ା ସହରର ଡିଏଫ୍ଓ କଲୋନୀରେ ଥିବା ନିଜ ବାସଭବନରେ ଠିକାଦାର କ୍ଷେତ୍ର ମାଝୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ମନରେଗା କାମ ବାବଦରେ ବିଲ କରିଦେବାକୁ କହି କ୍ଷେତ୍ର ମାଝିଙ୍କୁ ଟଙ୍କା ମାଗିଥିଲେ । ଭିଜିଲାନ୍ସ ବିଭାଗ ଗିରଫ କରିବା ସମୟରେ ଦେହ ଅସୁସ୍ଥ ଥିବା ବାହାନା କରିବା ସହ ବେହାସ ହୋଇ ପଡ଼ିଥିବା ପରେ ତାଙ୍କୁ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା । ଡାକ୍ତରଖାନାରୁ ଫେରିବା ପରେ ତାଙ୍କୁ ଗିରଫ କରିବା ସହ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।
Comments are closed.