ଖୋର୍ଦ୍ଧା : ମହିଳା ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ । କ୍ଲିନିକରେ ଚେକ୍ ଅପ୍ ବେଳେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସିଡିଏମ୍ଓ ବୈଦ୍ୟନାଥ ନାୟକ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।
ଅଭିଯୋଗକାରିଣୀଙ୍କ କହିବାନୁଯାୟୀ, ସେ ଗର୍ଭବତୀ ଥିବାରୁ ଡାକ୍ତର ନାୟକଙ୍କ ପାଖକୁ ଚେକ୍ ଅପ୍ ପାଇଁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଅସଦାଚରଣ କରିଥିଲେ । ଏ ନେଇ ମହିଳା ଜଣଙ୍କ ଘରକୁ ଫେରି ସ୍ୱାମୀଙ୍କୁ ଜଣାଇବା ପରେ ଉଭୟ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୋଲିସ ଡାକ୍ତରଙ୍କୁ ଗିରଫ କରିଛି । ଏଥି ସହ ଅଭିଯୋଗକାରିଣୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି ।
Comments are closed.