Latest Odisha News

BREAKING NEWS

ପରଲୋକରେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦେହାନ୍ତ ଘଟିଛି ।
ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା।

ଗତକାଲି ବିଳମ୍ବିତ ରାତିରେ ହୃଦଘାତ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ପ୍ରାୟ ୭ଟା ୧୦ମି. ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି ।

ସ୍ୱର୍ଗତଃ ଚୈତନ୍ୟ ମାଝୀ ୧୯୨୯ ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଓପିଏସସିର ସଦସ୍ୟ ଭାବେ ୧୯୭୯ରୁ ୧୯୮୫ ଯାଏଁ ରହିଥିଲେ। କଂଗ୍ରେସ ଦଳରୁ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ୧୯୭୨ରୁ ୧୯୭୮ ଯାଏଁ ସେ କେନ୍ଦ୍ର କ୍ୟାବିନେଟର ପେଟ୍ରୋଲିୟମ ଓ କେମିକାଲର ଉପମୁଖ୍ୟମନ୍ତ୍ରୀ ଭାବେ ରହିଥିଲେ।

ଆହୁରି ମଧ୍ୟ ବିଜୁ ପଟ୍ଟନାୟକଙ୍କ ସରକାରରେ ସେ ଶିକ୍ଷା ମନ୍ତ୍ରୀ ଭାବେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି ତଥା ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହି ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ମାଝୀ ଜନଜାତି ଭାଷା ଓ ସଂସ୍କୃତି ସମ୍ବନ୍ଧରେ ପୁସ୍ତକ ପ୍ରକାଶ କରିଥିଲେ ଏବଂ ସେ ମଧ୍ୟ ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଟ୍ରାଇବାଲ୍ ଲିଟେରାରି ଫୋରମର ସଦସ୍ୟ ଥିଲେ। ଏହାବ୍ୟତୀତ ସେ ୧୯୯୮ ରୁ ୨୦୦୦ ମସିହା ଯାଏଁ ପଶ୍ଚିମ ଓଡିଶା ବିଶ୍ୱବିଦ୍ୟାଳୟର ଏକାଡେମିକ୍ କାଉନସିଲ୍ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.