Latest Odisha News

BREAKING NEWS

ଆୟବର୍ହିଭୂତ ସମ୍ପତି ମାମଲାରେ ପୂର୍ବତନ MVI ବିଜୟ କୁମାର ପତି ଦୋଷୀ ସାବ୍ୟସ୍ତ 

ମୟୂରଭଞ୍ଜ: ମୟୂରଭଞ୍ଜର ଜାମସୋଲା ଚେକ୍ ଗେଟ୍ ର ପୂର୍ବତନ ମୋଟର ଯାନ ନିରୀକ୍ଷକ (MVI) ବିଜୟ କୁମାର ପତି ଆୟବର୍ହିଭୂତ ସମ୍ପତି ରଖିଥିବା ଅଭିଯୋଗରେ ବାରିପଦାର ସ୍ୱତନ୍ତ୍ର ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କ ବିରୁଦ୍ଧରେ ୧୯୮୮ର ଧାରା ୧୩(୧)(ଇ) ସହିତ ପଠିତ ଧାରା ୧୩(୨) ଏବଂ IPC ର ଧାରା ୧୦୯ ଅନୁଯାୟୀ ଆୟବର୍ହିଭୂତ ସମ୍ପତି ରଖିବା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ ଲକ୍ଷ ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି। ଯଦି ସେ ଜୋରିମାନା ନଦିଅନ୍ତି ତେବେ ଆଇନଗତ ବ୍ୟବସ୍ଥା ଅନୁଯାୟୀ ତାଙ୍କୁ ଆହୁରି କଠୋର ଦଣ୍ଡ ଦିଆଯିବା ନେଇ କୋର୍ଟ ଘୋଷଣା କରିଛନ୍ତି।

ଏଥିସହିତ ତାଙ୍କ ପେନସନ ବନ୍ଦ କରିବାକୁ ପ୍ରସ୍ତାବ ଦେବା ନେଇ ଓଡ଼ିଶା ଭିଜିଲାନ୍ସ ପ୍ରକାଶ କରିଛି।

Comments are closed.