କଟକ: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି ।
ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।
ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶ୍ରୀ ପରିଜାଙ୍କୁ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟଶଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳେ ତାଙ୍କ ଦେହାନ୍ତ ଘଟିଥିବା ନେଇ ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି ।
ଏପରିକି ସେ ଗତ କିଛି ଦିନ ହେବ ଖାଇବା ପିଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା ।
ପ୍ରାପ୍ତ ସୂଚନାନୁଯାୟୀ ଖ୍ୟାତନାମା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁତ୍ର ହେଉଛନ୍ତି ଏଲ୍.ଆଇ ପରିଜା । ଯିଏକି ଦୁଇ ଦୁଇ ଥର ଲାଗି ଓଡିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସ୍ୱର୍ଗତଃ ପରିଜା ମାର୍ଚ୍ଚ ୧, ୧୯୮୬ରୁ ଏପ୍ରିଲ୍ ୧, ୧୯୮୩ ଏବଂ ଜାନୁୟାରୀ ୧, ୧୯୮୬ରୁ ଅଗଷ୍ଟ ୫, ୧୯୮୭ ମସିହା ଯାଏଁ ଏହି ଭାର ସମ୍ଭାଳିଥିଲେ ।
ସୂଚନାଯୋଗ୍ୟେ, ସେ ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଚେୟାରମ୍ୟାନ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ଆହୁରି ମଧ୍ୟ ଓଡିଶା ରଣଜୀ ଟିମରେ ଜଣେ କ୍ୟାପଟେନ୍ ତଥା କ୍ରିକେଟର ଭାବେ ମଧ୍ୟ ଖେଳିଥିଲେ ।
Comments are closed.