Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଯାଇଛି। ମୁତ୍ଯୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ପରିବାରର ସୂଚନା ଅନୁଯାୟୀ, ସେ ଚାରିମାସ ହେବ ହସ୍ପିଟାଲର ଆଇସିୟୁରେ ଥିଲେ ଏବଂ ରାତି ୧୧.୫୯ମି.ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ମୃତଦେହକୁ କଟକସ୍ଥିତ ବାସଭବନକୁ ନିଆଯାଇଛି। ତେବେ ତାଙ୍କ ଶେଷ ରୀତିନୀତି ଜନ୍ମମାଟି ଭେଡା ଠାରେ ଅନୁଷ୍ଠିତ ହେବ।

୧୯୪୨ ମସିହା ଜାନୁୟାରୀ ୫ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ନଭେମ୍ବର ୮, ୧୯୭୧ରେ ଆଡଭୋକେଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶା ହାଇକୋର୍ଟରେ ୨୭ ବର୍ଷରୁ ଅଧିକ ସମୟ ପ୍ରାକ୍ଟିସ କରିଥିଲେ।

ଜଷ୍ଟିସ୍ ମିଶ୍ର ୧୭ ଜୁନ୍ ୧୯୯୯ରୁ ଜାନୁୟାରୀ ୪, ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।

 

 

Leave A Reply

Your email address will not be published.