Latest Odisha News

କେରଳ ରାଜ୍ୟପାଳଙ୍କୁ ଭେଟିଲେ ନିରଞ୍ଜନ

ଭୁବନେଶ୍ୱର: କେରଳ ରାଜ୍ୟପାଳ ଅରିଫ ମହମ୍ମଦଙ୍କୁ ଭେଟିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଓଡିଶା ଗସ୍ତରେ ଆସିଥିବା କେରଳର ମହାମହିମ ରାଜ୍ୟପାଳ ଅରିଫ ଅହମ୍ମଦଙ୍କୁ ରାଜଭବନରେ ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ।

ପଟ୍ଟନାୟକ କେରଳ ରାଜ୍ୟର ରାଜ୍ୟପାଳଙ୍କୁ ଭେଟିବା ଅବସରରେ ପ୍ରକାଶ କରିଥିଲେ କି କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ। ଯେତେବେଳେ ସେ ରାଜ୍ୟରେ ଶକ୍ତି ମନ୍ତ୍ରୀ ଥିଲେ ବର୍ତ୍ତମାନର କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ସେହି ସମୟରେ କେନ୍ଦ୍ରରେ ଶକ୍ତି ମନ୍ତ୍ରୀ ଥିଲେ। ସେହି ଅନୁସାରେ ତାଙ୍କ ସହିତ ନିବିଡ଼ ସମ୍ପର୍କ ଗଢି ଉଠିଥିଲା ଓ ପରବର୍ତ୍ତୀ ସମୟରେ ଅନ୍ତରଙ୍ଗ ବନ୍ଧୁ ହୋଇଥିଲେ ବୋଲି ନିରଞ୍ଜନ କହିଛନ୍ତି।

କେରଳ ରାଜ୍ୟପାଳ ଓଡିଶା ଗସ୍ତରେ ଆସିବା ଖବର ପାଇ ସେ ତାଙ୍କୁ ଭେଟି ବହୁତ ଖୁସି ଅନୁଭବ କରିଛନ୍ତି ବୋଲି କହିଛନ୍ତି।ଦୀର୍ଘ ସମୟ ଧରି ଉଭୟ ଅନ୍ତରଙ୍ଗ ଆଳାପ ଆଲୋଚନା କରିଥିଲେ। ରାଜ୍ୟରେ ତାଙ୍କ ସମୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବହୁ ଗୁଡିଏ କାମ ହୋଇଛି। କଣିହାଁ ସ୍ଥିତ ଏନଟିପିସି ଶକ୍ତି ଉତ୍ପାଦନ କେନ୍ଦ୍ର ଓଡିଶା ରାଜ୍ୟ ପାଇଁ ଶ୍ରୀଯୁକ୍ତ ମହମ୍ମଦ ଙ୍କ ଅବଦାନ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Comments are closed.