ଭୁବନେଶ୍ବର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପୁରୀର ଡିଭିଜନାଲ ଫରେଷ୍ଟ ଅଫିସର ପୂର୍ବତନ ସହକାରୀ ବନ ସଂରକ୍ଷକ (ଏସିଏଫ) ସୁରେଶ ଚନ୍ଦ୍ର ରଥ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଭୁବନେଶ୍ୱର ଭିଜିଲାନ୍ସର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ସୁରେଶ ରଥଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧,୦୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ପଠିତ ଧାରା ୧୩(୧)(ଇ) ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି। କାରଣ ଓଡ଼ିଶା ଭିଜିଲାନ୍ସ ତାଙ୍କ ଜ୍ଞାତ ଆୟ ଉତ୍ସରୁ ଅଧିକ ସମ୍ପତ୍ତି ରଖିବା ନେଇ ତାଙ୍କ ବିରୋଧରେ ଚାର୍ଜସିଟ୍ କରିଥିଲା।
ଅପରପକ୍ଷରେ ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ସୁରେଶ ରଥଙ୍କ ପେନସନ୍ ଲାଭ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବ ବୋଲି ପ୍ରକାଶ କରିଛି।
Comments are closed.