Latest Odisha News

BREAKING NEWS

ଆରପାରିରେ ବିହାରର ବାହୁବଳୀ ନେତା ଶାହାବୁଦ୍ଦିନ

ପାଟନା: ବିହାରର ବାହୁବଳୀ ନେତା ମହମ୍ମଦ ଶାହାବୁଦ୍ଦିନଙ୍କ କରୋନାରେ ମୃତ୍ୟୁ ହୋଇଛି । ଆରଜେଡିର ଏହି ନେତା ଏକ ହତ୍ୟା ମାମଲାରେ ତିହାର ଜେଲରେ ବନ୍ଦୀ ଥିଲେ । ତାଙ୍କ ମୃତ୍ୟୁ ଖବର ନେଇ ସନ୍ଦେହ ପ୍ରକାଶ ପାଇବା ପରେ ତିହାର ଜେଲର ଡିଜି ଏହା ସ୍ପଷ୍ଟ କରିଥିଲେ । କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦିଲ୍ଲୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ ମୃତ୍ୟୁବରଣ କରିଥିଲେ ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ତାଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି । ଶାହାବୁଦ୍ଦିନ ସିୱାନର ସାଂସଦ ରହିଥିଲେ ।

Leave A Reply

Your email address will not be published.