Latest Odisha News

BREAKING NEWS

ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ଗ୍ରାମ ସଂଯୋଜକ ଦୋଷୀ ସାବ୍ୟସ୍ତ

ଭୁବନେଶ୍ବର: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦାୟର ଏକ ଦୁର୍ନୀତି ମାମଲାରେ କେନ୍ଦୁଝରର ଭିଜିଲାନ୍ସ କୋର୍ଟ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଦାନନ୍ଦ ନାଏକ ଏବଂ ପୂର୍ବତନ ଗ୍ରାମ ସଂଯୋଜକ ଶ୍ରୀପଦ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅଭିଯୁକ୍ତମାନେ ଚମ୍ପୁଆ ବ୍ଲକରେ MGNREGS ଯୋଜନା ଅଧୀନରେ ରାସ୍ତା କାମକୁ ନେଇ ବର୍ଦ୍ଧିତ ବିଲ ପ୍ରସ୍ତୁତ କରିବା ସହ ମଷ୍ଟର ରୋଲ୍ ଜାଲିଆତି କରି ମଧ୍ୟ ସରକାରୀ ପାଣ୍ଠିର ଅପବ୍ୟବହାର କରୁଥିବା ନେଇ ତଦନ୍ତକାରୀ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ। ଯାହାପରେ ଭିଜିଲାନ୍ସ ବିଭାଗ ଉଭୟ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ୧୩(୨) ସହିତ ପଠିତ ୧୩(୧)(c)(d) ସହିତ IPC ର ଧାରା ୪୦୯, ୪୬୮, ୪୭୧, ଏବଂ ୧୨୦-ବି ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଥିଲା।

ଆଜି କେନ୍ଦୁଝରର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ଏହି ରାୟ ଶୁଣାଇଛନ୍ତି। ପ୍ରତ୍ୟେକ ଅଭିଯୁକ୍ତଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜୋରିମାନା ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି।ତେବେ ଭିଜିଲାନ୍ସର ଏପରି ପଦକ୍ଷେପ ଶାସନ କ୍ଷେତ୍ରରେ ଦୁର୍ନୀତି ରୋକିବା ସହ କଲ୍ୟାଣକାରୀ ଯୋଜନା ଗୁଡିକରେ ହେଉଥିବା ବେଆଇନ କର୍ଯ୍ୟଗୁଡ଼ିକୁ ମଧ୍ୟ ରୋକିବାରେ ସକ୍ଷମ ହୋଇପାରିବ।

Leave A Reply

Your email address will not be published.