ବ୍ରହ୍ମପୁର: ପୂର୍ବତନ ସରପଞ୍ଚଙ୍କୁ କାର୍ ମଡ଼ାଇ ହତ୍ୟା ଅଭିଯୋଗ । ଦିଗପହଣ୍ଡି ଖମ୍ବାରି ଗାଁର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସରପଞ୍ଚ ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ହୋଇଛି । ପରିବାରର ଅଭିଯୋଗ ପରେ ଦିଗପହଣ୍ଡି ପୋଲିସର ମାମଲା ରୁଜୁ କରି ଘଟଣାର ତନାଘନା ଆରମ୍ଭ କରଛି ।
ମୃତ ପୂର୍ବତନ ସରପଞ୍ଚଙ୍କ ନଁ ଲଳିତ ମୋହନ ମହାପାତ୍ର। ସେ ବିଜେଡିର ଜଣେ ନେତା ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହ ଲଳିତଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ଲଳିତ ସେଠାରୁ ନିଜ ବାଇକରେ ପଳାଇ ଆସିଥିଲେ। ହେଲେ ସଂପୃକ୍ତ ଯୁବକ ଜଣଙ୍କ ଲଳିତ ବାଇକ୍କୁ କାର୍ରେ ପିଛା କରି ଆସୁଥିଲା। ଗାଁ ସ୍କୁଲ ଓ ପଞ୍ଚାୟତ ମଧ୍ୟବର୍ତ୍ତୀ ଅଞ୍ଚଳରେ ତାଙ୍କ ଉପରେ କାର୍ ମଡ଼ାଇ ଦେଇଥିଲା।
ବାଇକରୁ ପଡି ଲଳିତ ଗୁରୁତର ହୋଇପଡିଥିଲେ । ଏହା ଦେଖି ସଂପୃକ୍ତ ଯୁବକ ଜଣକ ପରେ ନିଜ କାର୍ରୁ ଓହ୍ଲାଇ ଲଳିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଜ କାରରେ ନେଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲା । ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଲଳିତଙ୍କର ମୃତ୍ୟୁ ଘଟିଥିଲା।
Comments are closed.