ନୂଆଦିଲ୍ଲୀ: କ୍ରିକେଟ ଇତିହାସର ମହାନ ଅମ୍ପାୟର ଡିକି ବାର୍ଡଙ୍କ ୯୨ ବର୍ଷ ବୟସରେ ନିଧନ ହୋଇଛି । ଇଂଲଣ୍ଡର କାଂଉଟି କ୍ଲବ ୟାର୍କଶାୟର ବାର୍ଡଙ୍କ ନିଧନ ସମ୍ପର୍କରେ ସୂଚନା ଦେଇଛନ୍ତି । ୧୫୦ରୁ ଊର୍ଦ୍ଧ୍ୱ ଆନ୍ତର୍ଜାତୀୟ ମ୍ୟାଚରେ ସେ ଅମ୍ପାୟରିଂ ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ଡିକି ବାର୍ଡଙ୍କ ଯୋଗୁ କ୍ରିକେଟରେ ଅମ୍ପାୟର ପେଶା ପ୍ରତି ଆଗ୍ରହ ବଢ଼ିଥିଲା । ଆନ୍ତର୍ଜାତୀୟ କ୍ରିକେଟରେ ଅମ୍ପାୟର ହେବା ପୂର୍ବରୁ ସେ ୩୨ ବର୍ଷ ବୟସରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ କ୍ୟାରିୟରରେ ୩ଟି ବିଶ୍ୱକପରେ ଅମ୍ପାୟର ଦାୟିତ୍ୱ ତୁଲାଇଛନ୍ତି ।
୧୯୬୬ରେ ଭାରତ-ଇଂଲଣ୍ଡ ମ୍ୟାଚ ପରେ ସେ ତାଙ୍କ ପେଶାରୁ ଅବସର ଘୋଷଣା କରିଥିଲେ । ଏହି ମ୍ୟାଚରେ ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ ଆନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲେ । ୧୯୮୩ରେ ଭାରତ ପ୍ରଥମ ଥର ଦିନିକିଆ ବିଶ୍ୱକପ ଜିତିବା ସମୟରେ ଡିକି ଅମ୍ପାୟର ଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷ ଫାଇନାଲ ମ୍ୟାଚରେ ସେ ଅମ୍ପାୟରିଂ କରିଥିଲେ । ବିଶ୍ୱର ଅନେକ କ୍ରିକେଟର ତାଙ୍କ ବିୟୋଗ ନେଇ ଶୋକ ବ୍ୟକ୍ତ କରିଛନ୍ତି । ଠିକ ନିଷ୍ପତି ଓ ବିବାଦଠାରୁ ସେ ଦୂରେଇ ରହୁଥିବାରୁ କ୍ରିକେଟପ୍ରେମୀଙ୍କ ନିକଟରେ ମଧ୍ୟ ସେ ବେଶ ଲୋକପ୍ରିୟ ଥିଲେ ।
Comments are closed.