Latest Odisha News

BREAKING NEWS

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆସିଲା ଦଣ୍ଡାଦେଶ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଆଜି ଦଣ୍ଡ ବିଧାନ କରିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟର ବିଭିନ୍ନ ଧାରାରେ ଦୋଷୀ ପ୍ରମାଣିତ ହୋଇଥିଲେ ଦିଲ୍ଲୀପ ରାୟ ।

ଦିଲ୍ଲୀପଙ୍କ ସମେତ ଦୋଷୀ ସାବ୍ୟସ୍ତ ହୋଇଥିବା କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ବି ତିନି ବର୍ଷ ଲେଖାଏଁ ଦଣ୍ଡାଦେଶ ହୋଇଛି । ଗତ  ୧୪ ତାରିଖରେ ଦଣ୍ଡବିଧାନ ଶୁଣାଣିକୁ ଆଜି ଯାଏଁ ଘୁଞ୍ଚାଇ ଦେଇଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ୍ ଜଷ୍ଟିସ ଭାରତ ପରାସର ।

୧୯୯୯ରେ କାଷ୍ଟ୍ରନ୍‌ ଟେକ୍ନୋଲୋଜିକୁ ଝାଡ଼ଖଣ୍ଡର ବ୍ରହ୍ମଡିହା କୋଲ ବ୍ଲକ୍‌ ଦେବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ତାଙ୍କ ବିରୋଧରେ ଆସିଥିଲା ଅନମିୟତତା ଅଭିଯୋଗ । ସିବିଆଇ ମାମଲାର ତଦନ୍ତ କରୁଥିଲା ।

Leave A Reply

Your email address will not be published.