ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଚିନ୍ମୟାନନ୍ଦ ଗତ ପ୍ରାୟ ଏକ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ବେଳେ ତାଙ୍କର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓ କ୍ଲିପ୍ ଦେଖାଇ ତାଙ୍କୁ ବ୍ଲାକ୍ ମେଲ୍ କରି ଆସୁଥିଲେ ।
ଗିରଫ ଚିନ୍ମୟାନନ୍ଦଙ୍କୁ କୋର୍ଟରେ ହାଜର କରାଯିବା ପରେ ୧୪ ଦିନ ଲାଗି ଜେଲକୁ ପଠାଇଦିଆଯାଇଛି ।
୭୩ ବର୍ଷ ବୟସ୍କ ରାଜନେତା ଚିନ୍ମୟାନନ୍ଦ ଅଭିଯୋଗକାରିଣୀ ଆଇନ ଛାତ୍ରୀଙ୍କ ଗାଧୁଆଘର ନଗ୍ନ ଭିଡ଼ିଓ ଉତ୍ତୋଳନ କରି ପୀଡ଼ିତାଙ୍କୁ ପ୍ରଥମେ ବ୍ଲାକମେଲ୍ କରୁଥିଲେ ବୋଲି ସେ ଗଣମାଧ୍ୟମ ସାମ୍ନାରେ ଖୋଲାଖୋଲି ପ୍ରକାଶ କରିଥିଲେ । ଏହାପରେ ଚିନ୍ମୟାନନ୍ଦ ପୀଡ଼ିତାଙ୍କ ସହିତ ମସାଜ୍ ଓ ଦୁଷ୍କର୍ମ କରୁଥିବାର କିଛି ଭିଡ଼ିଓ କ୍ଲିପ ସୋସିଆଲ୍ ମିଡ଼ିଆରେ ପ୍ରକାଶ କରି ଗଣମାଧ୍ୟମରେ ଏହା ଅଭିଯୋଗ କରିଥିଲେ । ଏହାପରେ ସମସ୍ତ ଘଟଣା ସମ୍ପର୍କରେ ପଦାରେ ଜଣାପଡ଼ିଥିଲା ।
୨୩ ବର୍ଷୀୟା ପୀଡ଼ିତା ଜଣକ ସୋମବାର ଦିନ ୫୦ ଜଣ ସଶସ୍ତ୍ର ପୋଲିସ ବାହିନୀ ସହିତ ଭିଡ଼ିଓ କ୍ଲିପ ଏବଂ ଅନ୍ୟ କେତେକ ପ୍ରମାଣ ଦସ୍ତାବିଜ ସହିତ ଅଦାଲତରେ ହାଜର ହୋଇ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ କହିବାନୁଯାୟୀ, ଚିନ୍ମୟାନନ୍ଦଙ୍କୁ ମସାଜ୍ କରିବା ସମୟରେ ପୀଡ଼ିତା ଜଣକ ନିଜ ଚଷମାରେ କ୍ୟାମେରା ଖଞ୍ଜି ଏହି ଦୃଶ୍ୟକୁ ରେକର୍ଡ଼ିଂ କରିଥିଲେ ।