Latest Odisha News

ଆଜି ଆସୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ

ଭୁବନେଶ୍ୱର: କଂଗ୍ରେସ ସପକ୍ଷରେ ପ୍ରଚାର କରିବାକୁ ଆଜି ଓଡ଼ିଶା ଆସୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ହେବିୱେଟ୍ ନେତା ଜୟରାମ ରମେଶ। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ଓଡ଼ିଶାରେ ପହଞ୍ଚିବା ପରେ ଦିନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରିବେ।

ତେବେ ଜୟରାମ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ନେଇ ୩ଟି ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ସହ ବିଜେପିର କିଭଳି ସମ୍ପର୍କ ରହିଛି ସେଇ ସ୍ଥିତି ବିଷୟରେ କାହିଁକି ମିଛ କହୁଛନ୍ତି ବୋଲି ପଚାରିଛନ୍ତି। ନବୀନ ଓ ନରେନ୍ଦ୍ର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ କାହିଁକି କିଛି ପରିବର୍ତ୍ତନ ହୋଇନାହିଁ ଓ ଆଦିବାସୀ ସମ୍ପ୍ରଦାୟର ଜଙ୍ଗଲ ଅଧିକାରୀକୁ ବିଜେପି କାହିଁକି ଦୁର୍ବଳ କରିଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

Comments are closed.