Latest Odisha News

BREAKING NEWS

ବାରାକ ଓବାମା କରୋନା ସଂକ୍ରମିତ, ଆରୋଗ୍ୟ କାମନା କଲେ ମୋଦି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଓବାମା । ସେ କହିଛନ୍ତି, କୋଭିଡ୍ ପରୀକ୍ଷା କରାଇଥିଲେ । ଡାକ୍ତରଙ୍କ ଅନୁସାରେ ସେ କରୋନା ସଂକ୍ରମିତ ହୋଇଛନ୍ତି । ଗତ କିଛ ଦିନ ହେବ ତାଙ୍କ ଗଳାରେ ଯନ୍ତ୍ରଣା ହେଉଛି । କିନ୍ତୁ ସେ ସୁସ୍ଥ ଅନୁଭବ କରୁଛନ୍ତି ।

ତାଙ୍କ ସହ ପତ୍ନୀ ମିଚେଲଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ସେ ସଂକ୍ରମିତ ହୋଇ ନାହାନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବାରାକ ଓବାମା ।

ବାରାକ ଓବାମାଙ୍କ ସୁସ୍ଥତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି କୋଭିଡରୁ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ପରିବାରର ସୁସ୍ଥ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Comments are closed, but trackbacks and pingbacks are open.