ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଯାହା ଫଳରେ ତାଙ୍କୁ ଜର୍ଜଟାଉନ୍ ୟୁନିଭରସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କ୍ଲିଣ୍ଟନଙ୍କ ଡେପୁଟି ଚିଫ୍ ଷ୍ଟାଫ୍ ଆଞ୍ଜେଲ ୟୁରେନା ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜ୍ୱର ଆସିବା ପରେ କ୍ଲିଣ୍ଟନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଯେଉଁଠାରେ ଡାକ୍ତରମାନେ ତାଙ୍କର ଚେକଅପ କରୁଛନ୍ତି। ୭୮ ବର୍ଷିୟ ବିଲ୍ କ୍ଲିଣ୍ଟନ୍ ୧୯୯୩ରୁ ୨୦୦୧ ପର୍ଯ୍ୟନ୍ତ ଦୁଇଥର ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।
ଆମେରିକାରେ କିଛି ଦିନ ପୂର୍ବରୁ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ବିଲ୍ କ୍ଲିଣ୍ଟନ୍ ଗଣତାନ୍ତ୍ରିକ ପ୍ରାର୍ଥୀ କମଲା ହାରିସଙ୍କ ପାଇଁ ମଧ୍ୟ ପ୍ରଚାର କରୁଥିବାର ନଜର ଆସିଥିଲେ। ଡେମୋକ୍ରାଟିକ ନ୍ୟାସନାଲ କନଭେନସନରେ ବିଲ୍ କ୍ଲିଣ୍ଟନ୍ ସମ୍ବୋଧିତ ମଧ୍ୟ କରିଥିଲେ।