Latest Odisha News

ଦିନ ଦ୍ୱିପହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡା : ବିନ ଦ୍ୱିପ୍ରହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବ ନାୟକଙ୍କୁ ବିଭତ୍ସ ହତ୍ୟା । ସେ ଘରେ ଥିବା ବେଳେ ଜଣେ ଦୁର୍ବୁତ ତାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ୍ୟୁ ହୋଇଥିଲା ।

ଲଇକେରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି । ତେବେ ହତ୍ୟାକାରୀ ଶ୍ରୀ ନାୟକଙ୍କୁ ୧୦୦ଟଙ୍କା ମାଗିଥିଲା ଓ ସେ ନ ଦେବାରୁ ତାଙ୍କୁ ହତଆ୍ୟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜମିବାଡି ଗଣ୍ଡଗୋଳ ମଧ୍ୟ ଏହାର ଅନ୍ୟ କାରଣ ବୋଲି ପୋଲିସ ସନ୍ଦେହ କରୁଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

Leave A Reply

Your email address will not be published.