Latest Odisha News

BREAKING NEWS

ଦୁର୍ଘଟଣା ପରେ ଦୁର୍ଗନ୍ଧ ବାହାରୁଥିବା ଟ୍ରେନ ବଗିରେ ଶବ ନୁହେଁ, ଥିଲା ୩ ଟନ୍ ପଚା ଅଣ୍ଡା

ବାହାନଗା: ଟ୍ରେନ ଦୁର୍ଘଟଣା ଘଟିଥିବା ବାହାନଗା ରେଳ ଷ୍ଟେସନରେ ଏକ ବଗି ଭିତରେ ମୃତଦେହ ଥିବା ନେଇ ହେଉଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ରେଳ ଅଧିକାରୀମାନେ ଏହି ଦୁର୍ଗନ୍ଧ ପଛର ପ୍ରକୃତ କାରଣ ଉନ୍ମୋଚନ କରିଛନ୍ତି।

ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି ଯେ, କୌଣସି ମୃତ ଦେହ ନାହିଁ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ୍)ରୁ ଆମକୁ ଦୁଇଥର କ୍ଲିୟରାନ୍ସ ମିଳିଛି। ତେବେ ଦୁର୍ଗନ୍ଧ ହେଉଥିବା ନେଇ ଅଭିଯୋଗ ପାଇବା ପରେ ରାଜ୍ୟ ସରକାରଙ୍କ ଟିମ୍ ସହଯୋଗରେ ପୁଣି ଥରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଚୌଧୁରୀ ସ୍ପଷ୍ଟ କରିଛନ୍ତି ଯେ ଦୁର୍ଗନ୍ଧ ମୁଖ୍ୟତଃ ଅଣ୍ଡା ପଚିବା କାରଣରୁ ହୋଇଥିଲା ଏବଂ ଘଟଣାସ୍ଥଳରେ କୌଣସି ମୃତଦେହ ନଥିଲା।

ଏହି ପାର୍ସଲ ଭ୍ୟାନରେ ଯଶୋବନ୍ତପୁର-ହାଓ୍ୱଡା ଏକ୍ସପ୍ରେସରେ ପ୍ରାୟ ୩ ଟନ୍ ଅଣ୍ଡା ଲୋଡିଂ କରାଯାଇ ଚାଲାଣ କରାଯାଉଥିଲା। ଅଣ୍ଡା ପଚିବା ଆରମ୍ଭ କରିଦେଇଥିଲା, ଯାହା ଫଳରେ ଦୁର୍ଗନ୍ଧ ବାହାରୁଥିଲା। ଆମେ ତିନିଟି ଟ୍ରାକ୍ଟର ବ୍ୟବହାର କରି ଅଣ୍ଡାଗୁଡ଼ିକୁ ବାହାର କରିସାରିଛୁ ବୋଲି ଚୌଧୁରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ସରକାରର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଥିଲେ ଯେ ରାଜ୍ଯର ଅନେକ ଯାତ୍ରୀଙ୍କ ପତ୍ତା ମିଳୁନି। ସେହିପରି ଅନେକ ପରିବାର ତାଙ୍କ ସମ୍ପର୍କୀୟ ଏହି ଟ୍ରେନରେ ଆସୁଥୁବା ବେଳେ ପରେ କୌଣସି ଖୋଜଖବର ନମିଳିବା ନେଇ ଅଭିଯୋଗ ପରେ ବଗି ଭିତରେ ଆହୁରି ଶବ ଥାଇପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ରେଳ ଅଧିକାରୀ ବଗି ଦୁର୍ଗନ୍ଧ ହେବା ପଛର କାରଣ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.