ମିଜୋରାମ : ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ସେଥିମଧ୍ୟରୁ କିଛି ବିରଳ ଜୀବଜନ୍ତୁ କାଁ ଭାଁ ଦେଖିବାକୁ ମିଳିଥାନ୍ତି । ତାହାପୁଣି ଭିନ୍ନ ଭିନ୍ନ ସ୍ଥାନରେ । ଏଥିସହିତ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୁଏ, ଯାହା ଆମକୁ ଜଙ୍ଗଲ ଏବଂ ବନ୍ୟଜନ୍ତୁ ବିଷୟରେ ବହୁତ ସୂଚନା ଦେଇଥାଏ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଛି ରାତିରେ ଉଡ଼ୁଥିବା ଝିଟିପିଟି । ଆସନ୍ତୁ ଜାଣିବା ଏହାର ନାମ କ’ଣ ଏବଂ ଏହା କେଉଁଠାରେ ମିଳିଲା ?
ମିଜୋରାମର ଲଙ୍ଗଟଲାଇ ସହର ନିକଟରେ ଏକ ଉଡ଼ନ୍ତା ଝିଟିପିଟି ଠାବ ହୋଇଛି । ଏହାକୁ ମିଜୋରାମ ୟୁନିଭରସିଟି ଏବଂ ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜି ଗବେଷକମାନେ ସନ୍ଧାନ ପାଇଛନ୍ତି । ଗବେଷକମାନେ ଏହାର ନାମ ଗେକୋ ମିଜର୍ମେନସିସ ବୋଲି ନାମକରଣ କରିଛନ୍ତି । ଏହି ଝିଟିପିଟି ପ୍ରାୟ ୨୦ ସେମି ଲମ୍ବା ହୋଇଥାନ୍ତି । ଏମାନେ ସାଧାରଣତଃ ଗଛରେ ବସବାସ କରନ୍ତି । ଏମାନେ ଦିନ ଅପେକ୍ଷା ରାତିରେ ଉଡ଼ି ଉଡ଼ି ଖାଦ୍ୟ ସନ୍ଧାନରେ ବାହାରିଥାନ୍ତି । ଏହି ବିରଳ ଝିଟିପିଟି ଉପରେ ଗବେଷକମାନେ ଅଧିକ ଗବେଷଣା ଜାରି ରଖିଛନ୍ତି ।
Comments are closed.