Latest Odisha News

BREAKING NEWS

ମାଓବାଦୀ ପରିଚୟ ଦେଇ ଦାଦାବଟି ମାଗିବା ଅଭିଯୋଗରେ ଚାରି ଗିରଫ

ରାୟଗଡା: ନିଜକୁ ମାଓବାଦୀ ପରିଚୟ ଦେଇ ଟଙ୍କା ଆଦାୟ ଉଦ୍ୟମ କରିବା ଅଭିଯୋଗରେ ରାୟଗଡା ଜିଲ୍ଲା ପୋଲିସ ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି।

ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି ଯେ ଦୋରାଗୁଡା ଥାନା ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ପରମାନନ୍ଦ ନାଏକ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିବା ତଦନ୍ତ ପରେ ଏହି ଗିରଫଦାରୀ ହୋଇଛି।

୬୦ ଲକ୍ଷ ଟଙ୍କାର ମୋଟା ଅଙ୍କର ଅର୍ଥ ଦାବି କରି ମାଓବାଦୀ ଲେଟର ହେଡରେ ଏକ ଚିଠି ପାଇଥିବା ଶ୍ରୀ ନାଏକ ସୂଚନା ଦେଇଛନ୍ତି। ଏହା ପରେ ଧମକ ଦେଇ ଦାଦାବଟି ଟଙ୍କା ମାଗିବା ସହ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ କେହି ଜଣେ ତାଙ୍କୁ ଧମକପୂର୍ଣ୍ଣ ଫୋନ୍ କରିଥିଲେ। ଏହାପରେ ଶ୍ରୀ ନାଏକ ତୁରନ୍ତ ଦୋରାଗୁଡ଼ା ଥାନାରେ ଅଭିଯୋଗ କରିଥିଲେ।

ତଦନ୍ତ ପରେ ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ। ଏମାନେ ହେଲେ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ମଣ୍ଡଳ ଗାଁର ଯଶବନ୍ତ ନାଏକ ଓ ବର୍ଷା ନାଏକ, କାଶୀପୁର ଥାନା ଅନ୍ତର୍ଗତ ମାଳିଗାଁର ରମେଶ ନାଏକ, ଆଉ ଝାରସୁଗୁଡ଼ା ବ୍ରଜରାଜନଗରର କଲ୍ୟାଣୀ।

ଗିରଫ ବ୍ୟତିତ ପୋଲିସ ୪ଟି ମୋବାଇଲ ଓ ୨ଟି ମାଓ ଲେଟରହେଡ ଜବତ କରିଛି। ମଙ୍ଗଳବାର ଏହି ଚାରି ଜଣଙ୍କୁ କୋର୍ଟରେ ହାଜର କରାଯାଇଛି।

Comments are closed.