Latest Odisha News

BREAKING NEWS

ମର୍ମନ୍ତୁଦ କାର ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ଦୁଃଖଦ ମୃତ୍ୟୁ

 

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ଲାଗି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତିହୋଇଛନ୍ତି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର କରଞ୍ଜିଆ-ଆନନ୍ଦପୁର ରାସ୍ତାର ବାଙ୍ଖଡ଼ି ଗ୍ରାମ ନିକଟରେ ଏକ କାର ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇଯିବା ଫଳରେ ଏଥିରେ ଯାତ୍ରା କରୁଥିବା ଗୋଟିଏ ପରିବାରର ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସୂତ୍ରରୁ ଜଣାପଡ଼ିଛି, ଠାକୁରମୁଣ୍ଡାରୁ ପରିବାର ଆନନ୍ଦପୁର ଫେରୁଥିବା ସମୟରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.