Latest Odisha News

ଏସସିବିରେ ରୋଗୀଙ୍କ ହୃତପିଣ୍ଡରୁ ବାହାରିଲା ସାଢେ ଚାରି ଇଞ୍ଚର ଛୁଞ୍ଚି

କଟକ: କଟକ ଏସସିବି ରେ ବିରଳ ଅସ୍ତ୍ରୋପଚାର । ଜଣେ ବ୍ୟକ୍ତିଙ୍କ ହୃତ୍ପିଣ୍ଡରୁ ବାହାର କରାଗଲା ସାଢେ ଚାରି ଇଞ୍ଚର ଛୁଞ୍ଚି । କାର୍ଡିଓଥୋରାସିସ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ରୋଗୀଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି ।

ଭୁବନେଶ୍ୱର ଭିଏସଏସ୍ ନଗରର ନିବାସୀ ଶର୍ମା ଶୋଇଥିବା ବେଳେତାଙ୍କ ଛାତିରେ ଛୁଞ୍ଚି ପରି କଣ ଗୋଟେ ଫୋଡିହୋଇଯାଉଥିବା ଅନୁଭବ କରିଥିଲେ । ଏହାପରେ ସେ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌, ପରେ ଏମ୍ସ ହସ୍ପିଟାଲ୍‌ ଯାଇଥିଲେ । ହେଲେ ସବୁଠାରୁ ସେ ନିରାଶ ହୋଇ ଶେଷରେ କଟକ ଏସସିବିରେ ପହଞ୍ଚିଥିଲେ ।

ଗତକାଲି (ଶନିବାର) ତାଙ୍କୁ ଏସ୍‌ସିବିର ସିଟିଭିଏସ୍ ବିଭାଗରେ ଭର୍ତ୍ତି କରାଯାଇଥିଲା । ଆଜି ସିଟିଭିଏସ୍‌ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର ମାଧ୍ୟମରେ ହୃତ୍‌ପିଣ୍ଡର ବାମ ଭାଗରେ ରହିଥିବା ଛୁଞ୍ଚିଟିକୁ କାଢ଼ିଥିଲେ ।

ଏନେଇ କାର୍ଡିଓଥୋରାସିସ ବିଭାଗ ମୁଖ୍ୟ ଡାକ୍ତର ମନୋଜ ପଟ୍ଟନାୟକ କହିଛନ୍ତି, ଏହା ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଦୀର୍ଘ ୩ରୁ ସାଢେ ୩ ଘଣ୍ଟା କାଳ ଧରି ଏହି ଅପରେସନ ଚାଲୁ ରହିଲା। ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କୁ ନେଇ ଗଠିତ କମିଟି ଏହି ଅପରେସନ କରିଛନ୍ତି ।

Comments are closed.