Latest Odisha News

BREAKING NEWS

ଡାକ୍ତରଙ୍କ ଘରେ ପଶି ଖାଲି କରିଦେଲେ ଦୁର୍ବୃତ୍ତ, ୪ ଗୁରୁତର

ପିପିଲି: ପୁରୀ ଜିଲ୍ଲା ପିପିଲି ସ୍ଥିତ ଖରିଜାସାହିର ଏକ ପରିବାର ଡକାୟତିର ଶିକାର ହୋଇଛନ୍ତି। ରବୀନ୍ଦ୍ରନାଥ ମହାପାତ୍ର ନାମକ ଜଣେ ହୋମିଓପାଥି ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ଡକାୟତମାନେ ଆକ୍ରମଣ କରିବା ସହ ସେମାନଙ୍କ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ପତ୍ର ଲୁଟି ନେଇଛନ୍ତି।

ଗତକାଲି ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଏହି ଘଟଣା ଘଟିଛି। ୪ ଜଣ ଦୁର୍ବୃତ୍ତ ଘରେ ପଶି ପରିବାର ଉପରେ ଆକ୍ରମଣ କରିଥିଲେ। ବିଶେଷ କରି ମହାପାତ୍ରଙ୍କ ପୁଅ ଓ ବୋହୂଙ୍କୁ ଟାର୍ଗେଟ କରାଯାଇ ଗୁରୁତର ଆହତ କରାଯାଇଛି। ଆକ୍ରମଣ ପରେ ପରିବାରର ୪ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ବଳଙ୍ଗା ଥାନାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଭୟଭୀତ ଓ ଆତଙ୍କିତ କରିଛି। ଦୁର୍ବୃତ୍ତ ମାନେ 10 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଛି।

Comments are closed.