Latest Odisha News

BREAKING NEWS

ବାରାଣସୀରେ ଦୁଇ ପୁଅଙ୍କ ସହ ଝୁଲି ପଡିଲେ ଦମ୍ପତି

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରୁ ଗୋଟିଏ ପରିବାରର ୪ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାପା, ମା’ ଓ ଦୁଇ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ଦୃଷ୍ଟିରୁ ଏହା ଆତ୍ମହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଆଜି ଅପରାହ୍ନରେ ବାରାଣସୀର କୈଳାସ ଭବନର ତୃତୀୟ ମହଲାରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ସମୂହ ଆତ୍ମହତ୍ୟାର କାରଣ ଏଯାଏ ସ୍ପଷ୍ଟ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ସୂଚନା ଅନୁସାରେ, ବାରାଣସୀର କୈଳାସ ଭବନର ତୃତୀୟ ମହଲାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସମସ୍ତେ ଆନ୍ଧ୍ର ପ୍ରଦେଶର ମୂଳବାସିନ୍ଦା। ସେମାନେ କାଶୀ ବିଶ୍ଵନାଥଙ୍କୁ ଦର୍ଶନ କରିବା ପାଇଁ ଆନ୍ଧ୍ରପ୍ରଦେଶରୁ ଆସିଥିଲେ। ବାରଣାସୀର କୈଳାସ ଭବନରେ ଏକ ରୁମ୍ ନେଇଥିଲେ। ହେଲେ ଆଜି ସେମାନେ କାହା ସହ ଯୋଗାଯୋଗ କରିନଥିଲେ। ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ରୁମର କବାଟ ଭାଙ୍ଗି ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରୁମ ଭିତରୁ କୌଣସି ସୁଇସାଇଡ ନୋଟ ମିଳିନଥିବା ପୋଲିସ କହିଛି। ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ପୋଲିସ।

Comments are closed.