ବରଗଡ: ଦିନେ ଥିଲା ଭାଇ । ହେଲେ ଆଜି ସେ ସାଜିଲା ଯମ । ଭୁଲିଗଲା ରକ୍ତର ସମ୍ପର୍କ । ଭୁଲିଗଲା ମାନବିକତା । ସ୍ନହ ଶ୍ରଦ୍ଧା ଭଲପାଇବାଠାରୁ ବଡ ହେଲା ଜମି । କେତେହାତ ଜମି ପାଇଁ ଭାଇର ବଂଶ ବୁଡାଇ ଦେଲା ଭାଇ । ଏମିତି ଦୁଃଖଦ ତଥା ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ଜମିବାଡି ବିବାଦକୁ କେନ୍ଦ୍ରକରି ବଡଭାଇ, ଭାଉଜ ସମେତ ଝିଆରୀ ଓ ପୁତୁରାଙ୍କୁ ହତ୍ୟା କରିଛି ସାନଭାଇ ।
ଏହି ଘଟଣାକୁ ନେଇ ଭଟଲି ଥାନା ଅଧିନ ଝିକିଝିକି ଗାଁରେ ଖେଳି ଯାଇଛି ଚାଞ୍ଚଲ୍ୟ । ବାପା, ମାଆ, ପୁଅ ଓ ଝିଅଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘରୁ ଉଦ୍ଧାର କରାଯାଇଛି । ୪ଜଣଙ୍କୁ ଦାଦା ହତ୍ୟା ଶାବଳରେ ହତ୍ୟା କରିଥିବା ଜଣାପଡିଛି । ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ମୃତକ ମାନେ ହେଲେ ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ । ଘଟଣାସ୍ଥଳରେ ପହଞ୍ଚି ଭଟଲି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦାଦା ଶିବ ବାଗକୁ ପୋଲିସ ଅଟକ ରଖିଛି ।
Comments are closed.